ଯୁବତୀଙ୍କ ଝୁଲନ୍ତା ଶବ ଉଦ୍ଧାର

ଚନ୍ଦ୍ରଶେଖରପୁର: ଆଜି ମଧ୍ୟାହ୍ନରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଜଣେ ଯୁବତୀଙ୍କ ଝୁଲନ୍ତା ଶବ ଉଦ୍ଧାର କରିଛି। ସେ ହେଲେ ବବିତା ପ୍ରଧାନ (୧୯)। ସେ ବିଡିଏ କଲୋନିରେ ନିଜ ପରିବାର ସହ ଭଡ଼ାରେ ରହୁଥିବା ବେଳେ ଚନ୍ଦ୍ରଶେଖରପୁରରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନରେ ପଢ଼ୁଥିଲେ। କୌଣସି କାରଣ ପାଇଁ ଆଜି ତାଙ୍କ ପରିବାର ଲୋକ ବାହାରକୁ ଯାଇଥିଲେ। ମଧ୍ୟାହ୍ନରେ ଫେରିବା ପରେ ବବିତାଙ୍କୁ ତାଙ୍କ ଶୋଇବା ଘରେ ଫ୍ୟାନ୍‌ରେ ଝୁଲୁଥିବା ଦେଖିବାକୁ ପାଇଥିଲେ। ଏନେଇ ପରିବାର ଲୋକ ତୁରନ୍ତ ସ୍ଥାନୀୟ ଥାନାକୁ ସୂଚନା ଦେଇଥିଲେ। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ପଠାଇଥିଲା।

ସମ୍ବନ୍ଧିତ ଖବର