ପ୍ରଥମ ଦିନରେ ପ୍ରଦର୍ଶିତ ହେଲା ୧୦ ବିଦେଶୀ ସିନେମା

ଗୋଲଡେନ୍‌ ଟ୍ରାଙ୍ଗଲ୍‌ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ ଆରମ୍ଭ

ଭୁବନେଶ୍ୱର : ତୃତୀୟ ଗୋଲଡେନ୍‌ ଟ୍ରାଙ୍ଗେଲ୍‌ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ ଆଜି ଜୟଦେବ ଭବନଠାରେ ଉଦ୍‌ଘାଟିତ ହୋଇଯାଇଛି। ପ୍ରଥମ ଦିନରେ ଦର୍ଶକ ତାଜାକିସ୍ଥାନ, ଇରାକ, ଇରାନ, ରୁଷିଆ ପରି ୧୦ଟି ବିଦେଶୀ ରାଷ୍ଟ୍ରର କ୍ଷୁଦ୍ର ଓ ପ୍ରାମାଣିକ ଚଳଚ୍ଚିତ୍ର ଦେଖିବାକୁ ପାଇଥିଲେ। ପ୍ରଥମେ ଇଫ୍‌ ୟୁ ଆର ଏ ଓ୍ଵିମେନ୍‌ ଫିଲ୍ମ ପ୍ରଦର୍ଶିତ ହୋଇଥିଲା ପରେ ପରେ ଏବି ଫିନିଶ୍‌ କ୍ରିପ୍‌, ଫୁଡ୍‌ ଆଜ୍‌ ଆଇ ଉଇସ୍‌, ବାର୍ଥ ଡେ ପରି ସିନେମା ଦେଖିବାକୁ ମିଳିଥିଲା।

ଆଜିର ଉତ୍ସବରେ ଅତିଥି ଭାବେ ସାଂସଦ ପ୍ରସନ୍ନ ପାଟଶାଣୀ, ପୁଲିସ କମିସନର ଓ୍ଵାଇ.ବି. ଖୁରାନିଆ, ବିଶିଷ୍ଟ ଫିଲ୍ମ ନିର୍ଦେଶକ ରାଜଗୋପାଳ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ସଭାପତି ପ୍ରିୟରଞ୍ଜନ ସାହୁଙ୍କ ସୂଚନାନୁସାରେ ଚଳିତ ବର୍ଷ ଫେଷ୍ଟିଭାଲରେ ୫୬ଟି ପ୍ରାମାଣିକ ଓ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହେବ।

ଆଜିର କାର୍ଯ୍ୟକ୍ରମରେ ଫେଷ୍ଟିଭାଲର ସମ୍ପାଦିକା ଅଭିନେତ୍ରୀ ଅନୁ ଚୌଧୁରୀଙ୍କ ସମେତ ଅନେକ ଫିଲ୍ମ ବ୍ୟକ୍ତିତ୍ୱ ଉପସ୍ଥିତ ଥିଲେ। ଆସନ୍ତା ୧୨ ତାରିଖରେ ଏହି ଉତ୍ସବ ଶେଷ ହେବ। ଫେଷ୍ଟିଭାଲରେ ଶ୍ରେଷ୍ଠ ପ୍ରମାଣିକ ଚଳଚ୍ଚିତ୍ର, ଶେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର, ଶ୍ରେଷ୍ଠ ନିର୍ଦେଶକ ପରି ୭ଟି ବିଭାଗରେ ପୁରସ୍କାର ପ୍ରଦାନ କରାଯିବ ବୋଲି ଆୟୋଜକଙ୍କୁ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର