Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in

ନଭେମ୍ବର ୪ ଓ ୫ରେ ଗୁଡ୍‌ବାଏ ଡାଇବେଟିସ୍‌

0 51

ଭୁବନେଶ୍ୱର : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଓ ଇନ୍ଦିରା ଗାନ୍ଧୀ ହାଉସିଂ ବୋର୍ଡ କଲୋନି ପକ୍ଷରୁ ଆସନ୍ତା ନଭେମ୍ବର ୪ ଓ ୫ ତାରିଖ ଦୁଇଦିନ ଧରି ସାମନ୍ତରାପୁର ଚେକ୍‌ ଗେଟ୍‌ ରୟାଲ ରିସୋର୍ଟରେ ଗୁଡ୍‌ବାଏ ଡାଇବେଟିସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସଂସ୍ଥାର ରାଜସ୍ଥାନ ମାଉଣ୍ଟଆବୁସ୍ଥିତ ଚିକିତ୍ସାଳୟର ଡାଇବେଟିସ ବିଶେଷଜ୍ଞ ଶ୍ରୀମନ୍ତ କୁମାର ମୁଖ୍ୟବକ୍ତା ଭାବେ ଯୋଗ ଦେବେ। ଡାଇବେଟିସର କାରଣ, ନିରାକରଣ ଓ ନିୟନ୍ତ୍ରଣ ସମ୍ପର୍କରେ ସେ ମାର୍ଗଦର୍ଶନ କରାଇବେ। ଏଥିରେ ଭାଗ ନେବାକୁ ଚାହୁଁଥିବା ବ୍ୟକ୍ତି ବ୍ରହ୍ମାକୁମାରୀ ଆଶ୍ରମରେ ନିଜ ନାମ ପଞ୍ଜୀକରଣ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

6 − 5 =