ଗୋଟିପୁଅ ଉତ୍ସବ ଉଦ୍‌ଯାପିତ, ନୃତ୍ୟରେ ଶିବାୟ

ଭୁବନେଶ୍ବର: ଆରାଧନା ଡ୍ୟାନ୍ସ ଏକାଡେମି ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଚାଲିଥିବା ଦୁଇ ଦିନିଆ ସପ୍ତମ ଗୋଟିପୁଅ ନୃତ୍ୟ ଓ ଆରାଧନା ସମ୍ମାନ ପ୍ରଦାନ ଉତ୍ସବ ଉଦ୍‌ଯାପିତ ହୋଇଯାଇଛି। ସନ୍ଧ୍ୟାରେ ଅନୁଷ୍ଠାନ ପକ୍ଷରୁ ନୃତ୍ୟନାଟିକା ‘ଶିବାୟ’ ପରିବେଷିତ ହୋଇଥିଲା। ଚିତ୍ରସେନ ସ୍ବାଇଁ ନୃତ୍ୟ ନିର୍ଦେଶନା ଦେଇଥିଲେ। ପରେ ଗୁରୁ ଆଲୋକା କାନୁନଗୋଙ୍କ ଦ୍ବାରା ଦଳଗତ ନୃତ୍ୟ ‘ଶକ୍ତି’ ପରିବେଷିତ ହୋଇଥିଲା। ଶ୍ରୀରାଧା କଳାକୁଞ୍ଜ ଅନୁଷ୍ଠାନର କଳାକାରମାନେ ନୃତ୍ୟାଭିନୟ ଭେଟି ଦେଇଥିଲେ। ‌େଶ‌ଷରେ ‘ଅଙ୍ଗରାଗ’ର ଶିଳ୍ପୀମାନେ ‘ପ୍ରଣାମ ଉତ୍କଳ’ରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଓଡ଼ିଶା ସଂଗୀତ ନାଟକ ଏକାଡେମିର ସଚିବ ବିଜୟ କୁମାର ଜେନା ଅତିଥି ଭାବେ ଯୋଗ ଦେଇଥିବା ବେଳେ ଆରାଧନା ଡ୍ୟାନ୍‌ସ୍‌ ଏକାଡେମିର ସଭାପତି ସ୍ନେହପ୍ରଭା ସମାନ୍ତରାୟ ଉପସ୍ଥିତ ଥିଲେ। ମିନତି ବେହେରା ଓ ଅ‌େଲାକା କା‌ନୁନ୍‌ଗୋଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଶ୍ରୀନିବାସ ଘଟୁଆରୀ। ମନ୍ମଥ ଜେନା, ରଶ୍ମୀରଞ୍ଜନ ସ୍ବାଇଁ, କରୁଣାକର ସ୍ବାଇଁ, ଉମାକାନ୍ତ ପଣ୍ଡା, ଗିରିଜା ଦେବୀ ଏବଂ ବିଦୁଲତା ସ୍ବାଇଁ ସଭା ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର