ଗ୍ରିନ୍‌ ଓ୍ଵାର୍ଲଡ୍‌ ଟ୍ରଷ୍ଟର ବୃକ୍ଷରୋପଣ

ଭୁବନେଶ୍ୱର : ଗ୍ରିନ୍‌ ଓ୍ଵାର୍ଲଡ୍‌ ଟ୍ରଷ୍ଟ ପକ୍ଷରୁ ରାଜଧାନୀରେ ବୃକ୍ଷରୋପଣ ଅଭିଯାନ ଆରମ୍ଭ ହୋଇଛି। ଗତ ସପ୍ତାହରେ ନୂଆଗାଁରେ ଏହି ଅଭିଯାନକୁ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ମେୟର ଅନନ୍ତ ନାରାୟଣ ଜେନା ଉଦ୍‌ଘାଟନ କରିଥିଲେ। ଆଜି ଇଟିପୁର ପଞ୍ଚାୟତରେ ଇଟିପୁର ବିଜୁ ବାହିନୀ ସହଯୋଗରେ ବୃକ୍ଷରୋପଣ କରାଯାଇଥିଲା। ଗ୍ରିନ୍‌ ଓ୍ଵାର୍ଲଡ୍‌ ଟ୍ରଷ୍ଟର ଅଧ୍ୟକ୍ଷ ନୃପେଶ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ବ୍ଲକ୍‌ ଅଧ୍ୟକ୍ଷ ଅବିନାଶ ପଟ୍ଟନାୟକ, ଇଟିପୁର ସରପଞ୍ଚ ଆଲୋକ ସାହୁ, ଉମାକାନ୍ତ ଦାସ, ନଗେନ୍ଦ୍ର ପରିଡ଼ା, କୁନା ନାୟକ, ନବ ପ୍ରଧାନ ଓ ଚିତ୍ରସେନ ସାମଲ ପ୍ରମୁଖ ସାମିଲ୍‌ ହୋଇଥିଲେ। ଚଳିତ ବର୍ଷ ରାଜଧାନୀର ବିଭିନ୍ନ ସ୍ଥାନରେ ୧୦ ହଜାର ଗଛ ଲଗାଯିବ ବୋଲି ଗ୍ରିନ୍‌ ଓ୍ଵାର୍ଲଡ୍‌ ଅଧ୍ୟକ୍ଷ ଶ୍ରୀ ନାୟକ ସୂଚନା ଦେଇଛନ୍ତି। ପ୍ରତି ବର୍ଷ ଗ୍ରିନ୍‌ ଓ୍ଵାର୍ଲଡ୍‌ ପକ୍ଷରୁ ଗଛ ଲଗାଯିବା ସହ ତାହାର ରକ୍ଷଣାବେକ୍ଷଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଏ।

ସମ୍ବନ୍ଧିତ ଖବର