ଢାୱା ସୋମନାଥଙ୍କ ଲିଙ୍ଗ ବଢୁଛି!

ବାରଙ୍ଗ: ବାରଙ୍ଗ ଅଞ୍ଚଳର ଢାୱା ଗ୍ରାମସ୍ଥିତ ପ୍ରସିଦ୍ଧ ସୋମନାଥଦେବଙ୍କ ଲିଙ୍ଗ କ୍ରମଶଃ ବଢ଼ୁଛି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏକଥା ସତ ବୋଲି ମନ୍ଦିର ପକ୍ଷରୁ କୁହାଯାଇଛି। ଆଜି ସନ୍ଧ୍ୟାରେ ମନ୍ଦିରର ପୂଜକ ସବ୍ୟସାଚୀ ପଣ୍ଡା ପୂଜା କରିବାକୁ ଆସି ଏକଥା ଜାଣିବାକୁ ପାଇଥିଲେ। ତାଙ୍କ କହିବା ମୁତାବକ, ସବୁଦିନ ଭଳି ସେ ଆଜି ମଧ୍ୟ ପୂଜା କରିବାକୁ ଆସିଥିଲେ। ଏହି ସମୟରେ ଶିବ ଲିଙ୍ଗ ପୂର୍ବାପେକ୍ଷା ବୃଦ୍ଧି ପାଇଥିବା ତାଙ୍କର ଅନୁଭବ ହୋଇଥିଲା। ଭୟଭୀତ ଅବସ୍ଥାରେ ମନ୍ଦିର ବାହାରକୁ ଆସି ସେ ଅନ୍ୟ ପୂଜକମାନଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲେ। ଏହାପରେ ଅନ୍ୟ ପୂଜକମାନେ ମଧ୍ୟ ଶିବ ଲିଙ୍ଗରେ ହାତ ମାରି ଦେଖିଥିଲେ। ତେବେ ଆଗ ଅପେକ୍ଷା ଏହା ପ୍ରାୟ ଦୁଇ ଇଞ୍ଚ ଅଧିକ ବଢ଼ିଥିବା ସେମାନେ ପ୍ରକାଶ କରିଛନ୍ତି। ଏକଥା ପ୍ରଘଟ ହେବା ପରେ ମନ୍ଦିର ପରିସରରେ ଦର୍ଶନ ଲାଗି ଶ୍ରଦ୍ଧାଳୁମାନଙ୍କ ଭିଡ଼ ଜମିଥିଲା। କେହି କେହି ଏହାକୁ ଈଶ୍ୱରଙ୍କର ଚମତ୍କାର ବୋଲି କହୁଥିବା ବେଳେ କିଛି ବୁଦ୍ଧିଜୀବୀ ଏହାକୁ ବୈଜ୍ଞାନିକ ଦୃଷ୍ଟିକୋଣରୁ ବିଚାର କରୁଛନ୍ତି।

ସମ୍ବନ୍ଧିତ ଖବର