ବଂଶୀରେ ବିମୁଗ୍ଧ, ଗୁରୁ ଦେବପ୍ରସାଦ ସମ୍ମାନ ପ୍ରଦାନ ଉତ୍ସବ

ଭୁବନେଶ୍ବର: ନୃତ୍ୟାନୁଷ୍ଠାନ ‘ତ୍ରିଧାରା’ ପକ୍ଷରୁ ନାଲ୍‌କୋ ‘ଗୁରୁ ଦେବପ୍ରସାଦ ସମ୍ମାନ ପ୍ରଦାନ ଉତ୍ସବ’ର ଉଦ୍‌ଘାଟନୀ ପର୍ବରେ ଗଂଜାମର ପ୍ରହ୍ଲାଦ ନାଟକ ପରିବେଷଣ ହୋଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ରାମହରି ଦାସ ଓ ବିଜୟ ଜେନା ଓଡ଼ିଶୀ ସଂଗୀତ ପରିବେଷଣ କରିଥିଲେ। ୩ଦିନିଆ କାର୍ଯ୍ୟକ୍ରମର ଦ୍ବିତୀୟ ସନ୍ଧ୍ୟାରେ ବିଦୁଷୀ ଅନିତା ଶର୍ମା ସାତ୍ରୀୟା ନୃତ୍ୟ ପରିବେଷଣ କରିଥିବା ବେଳେ ‌ପଣ୍ଡିତ ରୋନୁ ମଜୁମ୍‌ଦାର ବଂଶୀ ସଂଗୀତରେ ଦର୍ଶକଙ୍କ ମନୋରଂଜନ କରିଥିଲେ। ଉଦ୍‌ଘାଟନୀ ଅବସରରେ ଉନ୍ନୟନ କମିସନର ଆର୍‌ ବାଲକ୍ରିଷ୍ଣନ୍‌, ନୃତ୍ୟଶିଳ୍ପୀ ପ୍ରିୟମ୍ବଦା ମହାନ୍ତି ହେଜ୍‌ମାଦି, ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ସଂଗୀତା ଗୋସାଇଁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ତ୍ରିଧାରା ଅନୁଷ୍ଠାନର ସଭାପତି ସୀମାଞ୍ଚଳ ପଣ୍ଡା, ନିର୍ଦେଶକ ଗଜେନ୍ଦ୍ର ପଣ୍ଡା ଉପସ୍ଥିତ ଥିଲେ। ରୀନା ପଣ୍ଡା ଓ ଦୀପ୍ତି ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର