ଗୁରୁ ଦେବପ୍ରସାଦ ଦାସ ଫାଉଣ୍ଡେସନ୍‌ ପକ୍ଷରୁ ପରିପୂର୍ଣ୍ଣା

ଭୁବନେଶ୍ୱର: ଗୁରୁ ଦେବପ୍ରସାଦ ଦାସ ଫାଉଣ୍ଡେସନ୍‌ ପକ୍ଷରୁ ପରିପୂର୍ଣ୍ଣା (ନାୟିକା) ୨୦୧୮ ଭଞ୍ଜକଳା ମଣ୍ଡପରେ ଉଦ୍‌ଯାପିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସନ୍ତୋଷ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ଓ ପିପିଏଲ୍‌ର ମହାପ୍ରବନ୍ଧକ ଜଗନ୍ନାଥ ଖୁଣ୍ଟିଆ ଉପସ୍ଥିତ ରହିଥିଲେ। ପରେ ସୁବର୍ଣ୍ଣା ଦାସ, ଅନିଷା ଅଭିଷିକ୍ତା ରାଉତ, ସିମରନ୍‌ ରାଉତରାୟ, ସ୍ୱାତୀ ଲିପସା ଦାସ, ସୁଶ୍ରୀ ମହାନ୍ତି, ଅନିଷା ସିଂହ, ଅଙ୍କିତା ରଥ, ଯଶସ୍ୱିନୀ ରାଉତ ଓ ଇତିଶ୍ରୀ ବେହେରା ମଞ୍ଚରେ ପରିବେଷଣ କରିଥିଲେ ବିଭିନ୍ନ ନୃତ୍ୟ ଓ ନୃତ୍ୟାଭିନୟ। କାର୍ଯ୍ୟକ୍ରମକୁ ଅନୁଷ୍ଠାନର ପରିଚାଳକ ଗୁରୁ ଭରତ ଚରଣ ଗିରି, ସମ୍ପାଦିକା ବିପଞ୍ଚୀ ଦାସ ଓ ଅଧ୍ୟାପକ ମୃତ୍ୟୁଞ୍ଜୟ ରଥ ପରିଚାଳନା କରିଥିଲେ। ସୁଧାଂଶୁ ପ୍ରଧାନ, ସୁଧୀର ମିଶ୍ର ଓ ମିତାରାଣୀ ଦାସ ମଞ୍ଚରେ ଉପସ୍ଥିତ ଥିଲେ। ଶେଷରେ ଗୀତାରାଣୀ ଦାସ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର