ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସଚେତନତା ଶୋଭାଯାତ୍ରା

ଭୁବନେଶ୍ୱର: ସତ୍ୟଭାମା ଦେବୀ ମୂକ-ବଧିର ମହାବିଦ୍ୟାଳୟ ପକ୍ଷରୁ ଆଜି ‘ବିଶ୍ୱ ଭିନ୍ନକ୍ଷମ ଦିବସ’ ଅବସରରେ ଏକ ସଚେତନତା ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଏଥିରେ ୨୫୦ରୁ ଊର୍ଧ୍ୱ ମୂକ-ବଧିର ଛାତ୍ରଛାତ୍ରୀ ଯୋଗ ଦେଇ ପ୍ଲା-କାର୍ଡ ଧରି ସଚେତନତା ବାର୍ତ୍ତା ବାଣ୍ଟିଥିଲେ। ଏହି ଶୋଭାଯାତ୍ରାରେ ସତ୍ୟଭାମା ଦେବୀ ଉନ୍ନୟନ ଟ୍ରଷ୍ଟର ନିରୋଜା ଲକ୍ଷ୍ମୀ ମହାପାତ୍ର, ମହାବିଦ୍ୟାଳୟର ଅଧ୍ୟାପକ ସୁରେଶ ଜେନା, ସଂଘମିତ୍ରା ମହାପାତ୍ର, ବିଜୟିନୀ ପଟ୍ଟନାୟକ, ଶିଳ୍ପା ସାହୁ ଓ ଦେବସ୍ମିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର