ଦିବ୍ୟାଙ୍ଗ ଦମ୍ପତି ଦିଲ୍ଲୀପ ଓ ଅନିତାଙ୍କୁ କିସ୍‌ରେ ନିଯୁକ୍ତି

ଚନ୍ଦ୍ରଶେଖରପୁର: ଆଜି ଦିବ୍ୟାଙ୍ଗ ଦିବସରେ ବିଶ୍ୱର ବୃହର ଜନଜାତୀ ଶିକ୍ଷାନୁଷ୍ଠାନ କିସ୍‌’ ଆଜନ୍ମ ଅନ୍ଧ ଦମ୍ପତି ଦିଲିପ୍‌ ସାହୁ ଓ ଅନିତା ବାରିକଙ୍କୁ ତାଙ୍କ ଜୀବନର ସର୍ବ ବୃହତ ଉପହାର ଦେଇଛି। ନୂଆ ବର୍ଷ ପୂର୍ବରୁ କିସ୍‌’ ପରିବାର ତରଫରୁ ଏହି ଦମ୍ପତିଙ୍କୁ ଅନୁଷ୍ଠାନର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ନିଯୁକ୍ତି ପତ୍ର ପ୍ରଦାନ କରିବାପରେ ଆଜି ଉଭୟ ଦିବ୍ୟାଙ୍ଗଙ୍କ ଓଠରେ ଖୁସିର ଲହରିଖେଳି ଯାଇଛି। ନିଜ ମତାମତରେ ଏହି ଦମ୍ପତି କିସ୍‌’ ଅନୁଷ୍ଠାନ ଓ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସହ ସମ୍ବାଦ’ ପରିବାରକୁ ମଧ୍ୟ ନିଜର କୃତଜ୍ଞତା ଜଣାଇଛନ୍ତି। ସୂଚନା ଅନୁଯାୟୀ ଦିଲିପ୍‌ ସାହୁ ଜଣେ ଦିବ୍ୟାଙ୍କ ହୋଇଥିବାରୁ ନିଜର ପେଟ ପୋସିବା ପାଇଁ ସଂଗୀତ ଉପରେ ନିର୍ଭରକରି ବିଭିନ୍ନ ଅନୁଷ୍ଠାନରେ ଗୀତ ବୋଲି ଅର୍ଥ ଆୟ କରୁଥିଲେ। ତେବେ କିଛି ମାସ ପୂର୍ବେ ସେ ଏକ ସଂସ୍କୃତିକ କାର୍ଯ୍ୟାକ୍ରମରେ ଯୋଗଦେଇ ଟ୍ରେନ୍‌ରେ ଫେରୁଥିବା ବେଳେ ବଗିର ଫାଟକ ନିକଟରେ ତାଙ୍କ ମୋବାଇଲ୍‌କୁ ଜଣେ ଲୁଟେରା ଝାମ୍ପିନେଇଥିଲା। ଫଳରେ ଲୁଟେରା ଜଣଙ୍କ ଠାରୁ ମୋବାଇଲ୍‌ ଆଣିବାକୁ ଯାଇ ଦିଲିପ୍‌ ଟ୍ରେନ୍‌ରୁ ନିୟନ୍ତ୍ରଣ ହରାଇ ଚଳନ୍ତା ଗାଡ଼ିରୁ ତଳକୁ ଖସପଡ଼ି ହାତ ଓ ଗୋଡ଼ ହରାଇଥିଲେ। ଏହି ଖବର ସମ୍ବାଦ’ରେ ଲଗାତାର ପ୍ରକାଶ ପାଇବା ପରେ ବିଭିନ୍ନ ସହୋଦୟ ବ୍ୟକ୍ତିଙ୍କ ତରଫରୁ ଦିଲିପ୍‌ଙ୍କୁ କିଛି ଅର୍ଥ ସହାୟତା ମିଳିବା ଆରମ୍ଭ ହୋଇଥିଲା। ଟ୍ରେନ୍‌ ଚକାତରେ ତାଙ୍କ ବାମ ହାତ ଓ ଗୋଡ଼ କଟିଯିବା ଫଳରେ ସେ ୩ମାସ ହେବ କିମସ୍‌’ରେ ଚିକିତ୍ସିତ ହେଉଥିଲେ ବେଳେ ଶ୍ରୀ ସାମନ୍ତ ତାଙ୍କର ସମସ୍ତ ଚିକିତ୍ସା ଦାୟୀତ୍ୱ ବହନକରିବା ଫଳରେ ସେ ଏବେ ସୁସ୍ଥ। ଦିଲିପ୍‌ର ପରିବାରକୁ ଆଜୀବନ ଅର୍ଥ ଅଭାବରୁ ମୁକ୍ତ କରିବା ନେଇ ଉଭୟ ଦମ୍ପତିଙ୍କୁ ଆଜି କିସ୍‌’ରେ ନିଯୁକ୍ତି ମିଳିଛି। ଏହା ସହିତ ତାଙ୍କର ଜଣେ ଭଣଜାକୁ ମଧ୍ୟ ଦମ୍ପତିଙ୍କ ରକ୍ଷଣା ବ୍ୟକ୍ଷଣା କରିବା ଲାଗି ଚାକିରି ଦିଆଯିବ। ତେବେ ସବାଜସେବୀ ଅଚ୍ୟୁତ ସାମନ୍ତଙ୍କ ବଦାନ୍ୟତା ଦେଖି ଖୁସିରେ ଉଭୟ ଦମ୍ପତି କାନ୍ଦିପକାଇଥିଲେ। କିସ୍‌’ପରିବାର ଅନ୍ୟ ସଭ୍ୟମାନେ ଦିଲିପ୍‌ଙ୍କୁ ଏକ ହୁଇଲ୍‌ ଚେୟାର୍‌ ଉପହାର ଦେଇ କିସ୍‌’ ପରିବାରରେ ସାମିଲ ହେବାନେଇ ଦିବ୍ୟାଙ୍ଗ ଦମ୍ପତିଙ୍କୁ ସ୍ୱାଗତ କରିଥିଲେ।

ସମ୍ବନ୍ଧିତ ଖବର