ଆରମ୍ଭ ହେଲା ‘ଉତ୍ତର ଭାରତ ହସ୍ତଶିଳ୍ପ ପ୍ରଦର୍ଶନୀ’

ଭୁବନେଶ୍ୱର: ଜମ୍ମୁ କଶ୍ମୀର ସରକାରଙ୍କ ହସ୍ତତନ୍ତ ସମବାୟ ସଂଗଠନ ‘କ୍ୟାସ୍‌ଫ୍ୟାବ୍‌’ ପକ୍ଷରୁ ଆଜି ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆଠାରେ ‘ଉତ୍ତର ଭାରତ ହସ୍ତଶିଳ୍ପ ପ୍ରଦର୍ଶନୀ’ ଉଦ୍‌ଘାଟିତ ହୋଇଯାଇଛି। ଆସନ୍ତା ୨୨ ତାରିଖ ଯାଏଁ ଚାଲିବାକୁ ଥିବା ଏହି ପ୍ରଦର୍ଶନୀରେ ଉତ୍ତର ଭାରତର ପ୍ରାୟ ୧୩ଟି ରାଜ୍ୟର କାରିଗରମାନେ ଯୋଗ ଦେଇ ନିଜ କଳା କାରିଗରୀ ପ୍ରଦର୍ଶନ କରିବେ। ପ୍ରଦର୍ଶନୀ ପରିସରରେ ପ୍ରାୟ ୭୪ଟି ଷ୍ଟଲ୍‌ ଖୋଲିଛି। ଧୀରେ ଧୀରେ ଲୁକ୍କାୟିତ ହୋଇଯାଉଥିବା ହସ୍ତଶିଳ୍ପକୁ ବଞ୍ଚାଇବା ତଥା ଜନମାନସରେ ଆଦୃତ କରିବା ଉଦ୍ଦେଶ୍ୟରେ ଏହା ଦ୍ୱିତୀୟ ଥର ପାଇଁ ଆୟୋଜିତ ହୋଇଛି। ଏହି ପ୍ରଦର୍ଶନୀରେ ପାରମ୍ପରିକ ହସ୍ତଶିଳ୍ପ ସହ ଏଥିରେ ଆଧୁନିକତାର ଛାପ ଦେବାକୁ ପ୍ରୟାସ କରାଯାଇଛି।
ପ୍ରଦର୍ଶନୀକୁ ବୟନିକାର ସଭାପତି ଶେଷ କୁମାର ମେହେର ଉଦ୍‌ଘାଟନ କରିଛନ୍ତି। ଉଦ୍‌ଘାଟନୀ ଅବସରରେ ‘କ୍ୟାସ୍‌ଫ୍ୟାବ୍‌’ର ସଦସ୍ୟ ମହମ୍ମଦ ଲତିଫ୍‌ ଓ୍ଵାନି ଓ ପ୍ରଦର୍ଶନୀର ମାର୍କେଟିଂ ଏକ୍‌ଜିକ୍ୟୁଟିଭ୍‌ ସାକ୍ୱିବ୍‌ ଓ୍ଵାନି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର