ମୋବାଇଲ ଟାଓ୍ଵାରରେ ଯୁବକଙ୍କ ଝୁଲନ୍ତା ମୃତଦେହ

ଭୁବନେଶ୍ୱର: ଚିନ୍ତାମଣିଶ୍ୱର କୋନାଲ୍‌ ରୋଡ୍‌ ଅଞ୍ଚଳରେ ଥିବା ଏକ ମୋବାଇଲ ଟାଓ୍ଵାର ନିକଟରୁ ଲକ୍ଷ୍ମୀସାଗର ଥାନା ପୁଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହକୁ ଜବତ କରିଛି। ସେ ହେଲେ ଫୁଲବାଣୀ ଜିଲ୍ଲା ଅଞ୍ଚଳର ମିଲନ ଦିଗଲ(୩୫)। ଯୁବକ ଜଣକ ଆତ୍ମହତ୍ୟା କରିଥିବା କୁହାଯାଉଥିବାବେଳେ ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି।
ପୁଲିସ ସୂଚନା ମୁତାବକ, ଦୀର୍ଘ ଦିନ ହେବ ମିଲନ ଲକ୍ଷ୍ମୀସାଗର ସ୍ଥିତ ଚିନ୍ମାମଣିଶ୍ୱର ଅଞ୍ଚଳରେ ପରିବାର ସହ ରହୁଥିଲେ। ହେଲେ ପାରିବାରିକ ସମସ୍ୟାକୁ ନେଇ ମଝିରେ ମଝିରେ ପତ୍ନୀଙ୍କ ସହ ପାଟିତୁଣ୍ଡ ହେଉଥିଲା। ହେଲେ ସୋମବାର ଦିନ ମିଲନ ଘରୁ ବାହରକୁ ଯାଇଥିଲେ। ଆଉ ଫେରି ନଥିଲେ। ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାଲୋକ ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। ହେଲେ ତାଙ୍କ ନମ୍ବର ବନ୍ଦ ଥିବାରୁ ଯୋଗାଯୋଗ ହୋଇାପରି ନଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ତାଙ୍କର କିଛି ଖେଜଖବର ନମିଳିବାରୁ ପରିବାର ଲୋକା ଚିନ୍ତାରେ ପଡ଼ିଯାଇଥିଲେ। ମଙ୍ଗଳବାର ଭୋରୁ ଭୋରୁ ମିଲନ କେନାଲ୍‌ ରୋଡ୍‌ରେ ଥିବା ଟେଲିଫୋନ୍‌ ଟାଓ୍ଵାରେ୍‌ରେ ଝୁଲୁଥିବା ଦେଖି ସ୍ଥାନୀୟ ଲୋକମାନେ ପୁଲିସକୁ ଫୋନ୍‌ କରି ଘଟଣା ବିଷୟରେ ଜଣାଇଥିଲେ। ଖବର ପାଇ ମଞ୍ଚେଶ୍ୱର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମିଲନଙ୍କ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ହେଲେ ଯେଭଳି ଭାବେ ମିଲନ ଟ୍ରକରେ ଝୁଲି ରହିଥିଲେ ତହାକୁ ନେଇ ପୁଲିସ ସନ୍ଦେହ କରିଛି। ପ୍ରକୃତରେ ସେ ଆତ୍ମହତ୍ୟା କରି ଛନ୍ତି। ନା ତାଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପଦେବାକୁ ଚେଷ୍ଟା କରାଯାଇଛି। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟତା ପଦାକୁ ଆସିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର