ହାପି ଆଓ୍ଵାର ସ୍କୁଲରେ ବଡ଼ଦିନ

ଭୁବନେଶ୍ୱର: ସହିଦନଗରର ହାପି ଆଓ୍ଵାର ସ୍କୁଲରେ ବଡ଼ଦିନର ଉତ୍ସବ ଧୁମ୍‌ଧାମରେ ପାଳିତ ହୋଇଯାଇଛି। ଭୁବନେଶ୍ୱରର ଅନେକ ସ୍କୁଲର କୁନି କୁନି ପିଲାମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସ୍କୁଲର ଅଧ୍ୟକ୍ଷା ନିଧି ଧାବନ, ସମିତା ଭଲ୍ଲା ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ମ୍ୟାଜିକ ସୋ, ଚିତ୍ରାଙ୍କନ ପ୍ରତିଯୋଗିତା, ବଡ଼ଦିନ କାର୍ଡ ତିଆରି କରିବା ପରି ଅନେକ ପ୍ରତିଯୋଗିତା କରାଯାଇଥିଲା। ଏଠାରେ ବିଭିନ୍ନ ପ୍ରକାରର ଖାଦ୍ୟ ଷ୍ଟଲ, ଝିଅମାନଙ୍କ ପାଇଁ ସୁନ୍ଦର ପେଷାକ ଓ ଛୋଟ ପିଲାଙ୍କ ପାଇଁ ଉପହାର ବିକ୍ରି କରାଯାଉଥିଲା। ଛୋଟ ପିଲାଙ୍କ ସହିତ ତାଙ୍କ ଅଭିଭାବକମାନେ ଆସି କାର୍ଯ୍ୟକ୍ରମର ଭରପୂର ମଜା ନେଇଥିଲେ। ଏଠାରେ ପଡ଼ିଥିବା ବିଭିନ୍ନ ଷ୍ଟଲ୍‌ରୁ ଯାହା ଆୟ କରାଯାଇଛି ତାହା ୨୫ ତାରିଖ ଦିନ ଗରିବ ଶ୍ରେଣୀର ପିଲାଙ୍କ ପାଇଁ ଖର୍ଚ୍ଚ କରାଯିବ ବୋଲି ଏହି କାର୍ଯ୍ୟକ୍ରମର ଆୟୋଜକ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର