ୟୁସିସିଆଇ ପକ୍ଷରୁ ହାସ୍ୟ କବି ସମ୍ମିଳନୀ

ଭୁବନେଶ୍ୱର : ଉତ୍କଳ ଚାମ୍ବର ଅଫ୍‌ କମର୍ସ (ୟୁସିସିଆଇ) ପକ୍ଷରୁ ଆଜି ସ୍ଥାନୀୟ ଉତ୍କଳ ମଣ୍ଡପ ପରିସରରେ ଏକ ହାସ୍ୟ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉତ୍ତର ଭାରତର ବହୁ ହାସ୍ୟ କବି ଉପସ୍ଥିତ ରହି ଶ୍ରୋତାଙ୍କୁ ହସର ଖୋରାକ୍‌ ଯୋଗାଇଥିଲେ। ଏହି ଅବସରରେ ଛତିଶଗଡ଼ରୁ ପଦ୍ମଶ୍ରୀ ସୁରେନ୍ଦ୍ର ଦୁବେ, ରାଜସ୍ଥାନର କବି ରାସବିହାରୀ ଗୌର, ଦିଲ୍ଲୀର ବିଶିଷ୍ଟ କବି ସୁନୀଲ ଯୋଗୀ, ଯୋଧପୁରର କବି ଅଶୋକ ଚରଣ ଓ ନୈନିତାଲର କବୟିତ୍ରୀ ଗୌରୀ ମିଶ୍ର ଏଥିରେ ଅତିଥି ଭାବେ ଉପସ୍ଥିତ ରହି ହାସ୍ୟରସର ମାଦକତା ଭରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ୟୁସିସିଆଇର ଅଧ୍ୟକ୍ଷ ରମେଶ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିଲେ। ସଂସ୍ଥାର ଉପାଧ୍ୟକ୍ଷ ବ୍ରହ୍ମା ମିଶ୍ର ଓ ଶିବ କୁମାର ଅଗ୍ରଓ୍ଵାଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର