ମିସନ୍‌ ଆଶ୍ରାରେ ସ୍ୱାସ୍ଥ୍ୟସେବା ଶିବିର

ଭୁବନେଶ୍ୱର : ସ୍ୱେଚ୍ଛାସେବୀ ଅନୁଷ୍ଠାନ ପିପୁଲ୍ସ ଫୋରମ୍‌ ଦ୍ୱାରା ପରିଚାଳିତ ଯାଆଁଳାସ୍ଥିତ ମିସନ୍‌ ଆଶ୍ରା ପରିସରରେ ଆଜି ଏକ ସ୍ୱାସ୍ଥ୍ୟ ସେବା ଶିବିରର ଆୟୋଜନ କରାଯାଇଥିଲା। ଭାରତ ସଂଚାର ନିଗମର ଟେଲିକମ୍‌ ଓ୍ଵିମେନ୍‌ସ େଓ୍ଵଲ୍‌ଫେୟାର ଅର୍ଗାନାଇଜେସନ୍‌ ଦ୍ୱାରା ଆୟୋଜିତ ଏହି ଶିବିରରେ ମନସ୍ତାତ୍ତ୍ୱିକ ବିଭାଗ, ସ୍ତ୍ରୀରୋଗ ବିଭାଗ ଓ ଦନ୍ତ ଚିକିତ୍ସା ବିଭାଗର ଡାକ୍ତରମାନେ ଯୋଗ ଦେଇଥିଲେ। ଶିବିରରେ ମାନସିକ ବିକାରଗ୍ରସ୍ତ ୨୪୩ଜଣ ମହିଳାଙ୍କ ଚିକିତ୍ସା କରାଯାଇଥିଲା। ବିଭିନ୍ନ ବିଭାଗର ଡାକ୍ତରମାନେ ସେମାନଙ୍କୁ ଉପଯୁକ୍ତ ଔଷଧ ନିର୍ଧାରଣ କରିଥିଲେ। ଓ୍ଵିମେନ୍ସ େଓ୍ଵଲଫେୟାର ଅର୍ଗାନାଇଜେସନ୍‌ର ସଭାପତି କଲ୍ୟାଣୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଭବିଷ୍ୟତରେ ଏଭଳି ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିବା ସହିତ ମାଗଣା ଔଷଧ ବିତରଣ କରିବା ପାଇଁ ସହଯୋଗ କରିବେ ବୋଲି ମୁଖ୍ୟ ଅତିଥି କହିଥିଲେ। ଶିବିରରେ ଭାରତ ସଂଚାର ନିଗମର ସଦସ୍ୟ ଏବଂ ପିପୁଲ୍ସ ଫୋରମ୍‌ର ଅମୃତ କୁମାର ପୃଷ୍ଟି, ସୁକାନ୍ତ କୁମାର ସାମଲ, ଭବାନୀ ପ୍ରସାଦ ମିଶ୍ର ଯୋଗ ଦେଇଥିଲେ। ଫୋରମର ସମସ୍ତ କର୍ମକର୍ତ୍ତାଙ୍କ ସହଯୋଗରେ ଏହି ଶିବିର ପରିଚାଳିତ ହୋଇଥିଲା।

ସମ୍ବନ୍ଧିତ ଖବର