ପେନ୍‌ସନ୍‌ଭୋଗୀଙ୍କୁ ଚିକିତ୍ସା ସୁବିଧା ଓ ଭତ୍ତା ଦାବି

ଭୁବନେଶ୍ୱର: ଓଡ଼ିଶା ସେବାନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ ତରଫରୁ ରେଡ୍‌କ୍ରସ ଭବନରେ ପେନ୍‌ସନ୍‌ଭୋଗୀଙ୍କ ବିଭିନ୍ନ ଦାବିକୁ ନେଇ ଏକ ମିଳିତ ସମ୍ମିଳନୀ ଆଜି ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ପେନ୍‌ସନ୍‌ଭୋଗୀମାନଙ୍କୁ କେନ୍ଦ୍ର ସରକାରଙ୍କ ଭଳି ଚିକିତ୍ସା ସୁବିଧା ଓ ଚିକିତ୍ସା ଭତ୍ତା ପ୍ରଦାନ, ଫର୍ମୁଲା ୧ ଅନୁଯାୟୀ ପେନ୍‌ସନ୍‌ ସଂଶୋଧନ ଓ ସର୍ବନିମ୍ନ ପେନ୍‌ସନ୍‌ ୯୦୦୦ ଟଙ୍କାକୁ ବୃଦ୍ଧି ଦାବି ସମ୍ବଳିତ ଲିଖିତ ପତ୍ର ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ଜରିଆରେ ଡିସେମ୍ବର ୧୨ତାରିଖ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ ବୋଲି ସମ୍ମିଳନୀରେ ନିଷ୍ପତ୍ତି ନିଆଯାଇଛି। ଏଥିରେ ଓଡ଼ିଶା ଅବସରପ୍ରାପ୍ତ ପୁଲିସ ପଦାଧିକାରୀ କଲ୍ୟାଣ ସମିତି, ଓଡ଼ିଶା ଅବସରପ୍ରାପ୍ତ ଡିପ୍ଲୋମା ଇଂଜିନିୟର ସଂଘ, ଓଡ଼ିଶା ହାଇକୋର୍ଟ ରିଟାୟର୍ଡ ଅଫିସର୍ସ ଆସୋସିଏସନ୍‌, ନିଖିଳ ଉତ୍କଳ ଶିକ୍ଷକ ମହାସଂଘ, ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଅବସରପ୍ରାପ୍ତ ଶିକ୍ଷକ ମଞ୍ଚ, ଓଡ଼ିଶା ଅବସରପ୍ରାପ୍ତ ସରକାରୀ କଲେଜ ଶିକ୍ଷକ ସଂଘ, ଓଡ଼ିଶା ବିଶ୍ୱବିଦ୍ୟାଳୟ ଅବସରପ୍ରାପ୍ତ କର୍ମଚାରୀ ସଂଘ ଓ ଓଡ଼ିଶା ଅବସରପ୍ରାପ୍ତ କଲେଜ ଶିକ୍ଷକ ସଂଘର ପ୍ରତିନିଧିମାନେ ଯୋଗ ଦେଇଥିଲେ। ଶରତ ଚନ୍ଦ୍ର ଦାସ, ସୂର୍ଯ୍ୟମଣି ତ୍ରିପାଠୀ, ଶାରଦା ପ୍ରସାଦ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ଛାଟୋଇ, ରବି ରାୟ, ମାଧବ ବିଶ୍ୱାଳ, ଅମିୟ ମହାନ୍ତି, ରବୀନ୍ଦ୍ରନାଥ ବିଶ୍ୱାଳ, ରମେଶ ଚନ୍ଦ୍ର ପଟ୍ଟନାୟକ ଓ ନିରଞ୍ଜନ ପାଢ଼ୀ ପ୍ରମୁଖ ସଭାକୁ ପରିଚାଳନା କରିଥିଲେ। ଓଡ଼ିଶା ସେବାନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚର ସାଧାରଣ ସମ୍ପାଦକ ଲୋକନାଥ ରଥ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର