ତିିତ୍‌ଲି ପ୍ରକୋପ, ପ୍ରବଳ ବର୍ଷିଲା

୪ ଘଣ୍ଟାରେ ୫୦ ମିମି ବର୍ଷା, ଘଣ୍ଟା ପ୍ରତି ୩୦ କିମିି ବେଗରେ ପବନ

ଭୁବନେଶ୍ବର: ଦୁୁଇ ଦିନ ହେଲା ବାତ୍ୟା ‘ତିତ୍‌ଲି’କୁ ନେଇ ସବୁଠି ଆ‌ଲୋଚନା। ପବନର ବେଗ କେତେ ରହିବ? କେମିତି ଲୋକଙ୍କୁ ସ୍ଥାନାନ୍ତର କରାଯିବ? ସହର ଉପକଣ୍ଠ ତଥା ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ କିଭଳି ସୁରକ୍ଷା ଦିଆଯିବ? ତାହାକୁ ନେଇ ସବୁଠି ଆଗୁଆ ପ୍ରସ୍ତୁତି ହୋଇଥିଲା। ଭୁବନେଶ୍ବର ମହାନଗର ନିଗମ‌(ବିଏମ୍‌ସି) କର୍ତୃପକ୍ଷ ମଧ୍ୟ ଘନ ଘନ ବୈଠକ ଡାକିଥିଲେ ମଧ୍ୟ ‘ତିତ୍‌ଲି’ର ଚତୁରତାକୁ କେହି ବୁଝିପାରି ନଥିଲେ। ଗତ ଦୁଇ ଦିନ ଧରି ରାଜଧାନୀରେ ବର୍ଷା କି ପବନ ଦେଖିବାକୁ ମିଳି ନଥିଲା। ହାଲ୍‌କା ପବନ ‌ବହିଥିଲା। ଝିପିଝିପି ବର୍ଷା ବି ପଡ଼ିଥିଲା। ଯେଉଁ ସମୟରେ ତିତ୍‌ଲି ଗଜପତି, ଗଞ୍ଜାମ ଓ ରାୟଗଡ଼ା ଅଞ୍ଚଳରେ ତାଣ୍ଡବ ରଚୁଥିଲା ସେହି ସମୟରେ ରାଜଧାନୀରେ ଏହାର କିଛି ବି ପ୍ରଭାବ ପଡ଼ି ନଥିଲା। ଅପରାହ୍ଣ ବେଳକୁ ଓଡ଼ିଶାରୁ ‘ତିତ୍‌ଲି’ ଦୂରେଇ ଗଲା ବୋଲି ସମସ୍ତେ ଚର୍ଚା କରୁଥିଲେ। ମାତ୍ର ଗୁରୁବାର ସନ୍ଧ୍ୟାରୁ ରାଜଧାନୀରେ ଆରମ୍ଭ ହୋଇଥିଲା ତୁହାକୁ ତୁହା ବର୍ଷା। ସନ୍ଧ୍ୟା ୭ଟାରୁ ବର୍ଷା ଆରମ୍ଭ ହୋଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜାରି ରହିଥିଲା। ସହରର ସବୁ ଅଞ୍ଚଳ ଜଳମଗ୍ନ ହୋଇଯାଇଥିଲା। ସହରତଳି ଅଞ୍ଚଳ ଅବସ୍ଥା ନ କହିବା ଭଲ। ଅଧିକାଂଶ ଅଞ୍ଚଳରେ ପାଣି ଜମି ଯାଇଥିଲା। ସୂଚନା ଅନୁଯାୟୀ ଜାତୀୟ ରାଜପଥ-୧୬ର ବାଣୀବିହାର, ଜୟଦେବ ବିହାର, ନୟାପଲ୍ଲୀ ଅଞ୍ଚଳରେ ପାଣି ଜମି ରହିଛି। ପୁରୁଣା ଭୁବନେଶ୍ବରରେ କେତେକ ମନ୍ଦିରରେ ପାଣି ପଶିଥିବା ବେଳେ ନୂଆଗଁ, ସାମନ୍ତରାପୁର, ଗୌରୀ ଗାର୍ଡେନ୍‌ ଅଞ୍ଚଳ ପାଣି ଘେରରେ ରହିଥିବା ଜଣାପଡ଼ିଛି। ସେହିପରି ଜୟଦେବ-ବିହାର ନନ୍ଦନକାନନ ରୋଡ୍‌ରେ ଗଛ ଡାଳ ଭାଙ୍ଗି ରାସ୍ତାରେ ପଡ଼ିଥିବା ଦେଖାଯାଇଛି।

ସବୁଠାରୁ ଚିନ୍ତାର ବିଷୟ ପାଲଟିଛି ସହରର ବିଭିନ୍ନ ସ୍ଥାନରେ ଖୋଳାଯାଇଥିବା ରାସ୍ତା। ଜୟଦେବ ବିହାରଠାରୁ କିଟ୍‌ ଛକ ହେଉ ଅଥବା ରାଜଭବନ ଛକରୁ କଳିଙ୍ଗ ଷ୍ଟାଡିୟମ୍‌ ପର୍ଯ୍ୟନ୍ତ ରାସ୍ତା। ସବୁଠି ଖାଲଖମା। ରାସ୍ତା ତଳେ ବିଦ୍ୟୁତ୍‌ ତାର ବିଛାଇବା ପାଇଁ ଖୋଳାଯାଇଥିବା ଗାତରେ ଲୋକେ ପଡ଼ୁଥିବା ଦେଖିବାକୁ ମିଳିଛି। ଗୋଟିଏ ପଟେ ପ୍ରବଳରୁ ଅତିପ୍ରବଳ ବର୍ଷାରେ ରାସ୍ତା ଦେଖାଯାଉ ନ ଥିବା ବେଳେ ଅନ୍ୟପଟେ ରାସ୍ତାରେ ସୃଷ୍ଟି ହୋଇଥିବା ଗାତ ଦେଖିପାରୁନାହାନ୍ତି ବାଟୋଇ। ଯେଉଁଥିପାଇଁ ଗାଡ଼ି ଚାଳକମାନେ ଗାତରେ ପଡ଼ି ଆହତ ହୋଇଛନ୍ତି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବୁଧବାର ସନ୍ଧ୍ୟାଠାରୁ ଆଜି ସନ୍ଧ୍ୟା ମଧ୍ୟରେ ଭୁବନେଶ୍ବରରେ ୫୮ ମିମି ବର୍ଷା ହୋଇଥିଲା। ଗୁରୁବାର ସନ୍ଧ୍ୟା ୬ଟାରୁ ରାତି ୮ଟା ୩୦ ସୁଦ୍ଧା ୧୫ ମିମି ବର୍ଷା ହୋଇଥିଲା। ଏହାପରେ କିନ୍ତୁ ବର୍ଷାର ରୂପ ବଦଳିିଥିଲା। ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି। ରାତି ଗୋଟାଏ ସୁଦ୍ଧା ଭୁବନେଶ୍ବରରେ ୫୦ ମିମିରୁ ଅଧିକ ବର୍ଷା ହୋଇଥିବା କୁହାଯାଇଛି। ଆଗକୁ ଅତିପ୍ରବଳ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର। ସନ୍ଧ୍ୟାରୁ ବର୍ଷା ଲାଗିରହିିଥିବା ବେଳେ ପବନର ବେଗ ମଧ୍ୟ ବଢ଼ୁଛି। ରାତି ୧୧ ସୁଦ୍ଧା ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ହେଉଥିବା ନେଇ ପାଣିପାଗ କେନ୍ଦ୍ର କହିଛି।

୨୪ ଘଣ୍ଟିଆ କ‌‌େଣ୍ଟ୍ରାଲ ରୁମ୍‌
ବିଏମ୍‌ସିର ୨୪ ଘଣ୍ଟିଆ କ‌‌େଣ୍ଟ୍ରାଲ ରୁମ୍‌ ଖୋଲାରହିଛି। ହେଲପ୍‌ ଲାଇନ୍‌ ନମ୍ବର (୧୮୦୦୩୪୫୦୦୬୧ ଓ ୦୬୭୭୪-୨୪୩୨୨୮୧)ରେ ଲୋକେ ସେମାନଙ୍କ ଅଭିିଯୋଗ ଜଣାଉଛନ୍ତି। ବିଏମ୍‌ସିର ଜଣେ ଅଧିକାରୀ କହିିଛନ୍ତି ଯେ କ‌‌େଣ୍ଟ୍ରାଲ ରୁମ୍‌ରେ ଅଭିଯୋଗ ପହଞ୍ଚିବା କ୍ଷଣି ପଦକ୍ଷେପ ନିଆଯାଉଛି। କର୍ମଚାରୀମାନେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛନ୍ତି। ସମ୍ବେଦନଶୀଳ ଅଞ୍ଚଳରେ ପାଣି ପମ୍ପ୍‌ଗୁଡ଼ିକୁ ରଖାଯାଇଛି। ସହରର ବିଭିନ୍ନ ଅଞ୍ଚଳ ଲାଗି ଜଣେ ବରିଷ୍ଠ ଅଧିକାରୀଙ୍କ ନେତୃତ୍ବରେ ଟିିମ୍‌ ଗଢ଼ାଯାଉଛି। ସେମାନେ ଉଦ୍ଧାର କାର୍ଯ୍ୟ‌ ଜାରି ରଖିଛନ୍ତି।

ଘନ ଘନ ବିଦ୍ୟୁତ୍‌ କାଟ୍‌
ବର୍ଷା ଓ ପବନ ଜାରି ରହିଥିବା ବେଳେ ରରାତି ସାରା ଘନ ଘନ ବିଜୁଳଳି କାଟ୍‌ ହେଉଛି। ରାତି ୮ଟାଠାରୁ ଉପକଣ୍ଠ ଓ ତଳିଆ ଅଞ୍ଚଳରେ ବିଜୁଳି ସଂଯୋଗ କାଟି ଦିଆଯାଇଛି। ବାଣୀବିହାର, ଆଚାର୍ଯ୍ୟବିହାର, ଜୟଦେବ ବିହାର, ନୟାପଲ୍ଲୀ, ରସୁୁଲଗଡ଼, ବମିଖାଲ, ଚନ୍ଦ୍ରଶେଖରପୁର, କାନନବିହାର, କିଟ୍‌ ଅଞ୍ଚଳ, ପୁରୁଣା ଭୁବନେଶ୍ବର, ବରମୁୁଣ୍ଡା ଅଞ୍ଚଳରେ ବିଜୁଳି କଟିଥିବା ଲୋକେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର