ସଂସ୍କୃତି ବିଭାଗ ପକ୍ଷରୁ ଐତିହ୍ୟ ପଦଯାତ୍ରା

ଭୁବନେଶ୍ୱର : ବିଶ୍ୱ ଐତିହ୍ୟ ଦିବସ ଉପଲକ୍ଷେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଐତିହ୍ୟ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ରାଜାରାଣୀ ମନ୍ଦିର ନିକଟରେ ଏହି ପଦଯାତ୍ରାକୁ ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦ୍‌ଘାଟିତ କରିଥିଲେ। ସମ୍ମାନିତ ଅତିଥି ଭାବେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ବିଭାଗୀୟ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଓ ନିର୍ଦ୍ଦେଶକ ବିଜୟ ନାୟକ ଉପସ୍ଥିତ ଥିଲେ। ପଦଯାତ୍ରା ରାଜାରାଣୀ ମନ୍ଦିରରୁ ଆରମ୍ଭ ହୋଇ ମୁକ୍ତେଶ୍ୱର ମନ୍ଦିର, ପର୍ଶୁରାମେଶ୍ୱର ମନ୍ଦିର, ସ୍ୱର୍ଣ୍ଣ ଜଳେଶ୍ୱର ମନ୍ଦିର, କୋଟିତୀର୍ଥେଶ୍ୱର ମନ୍ଦିର, ଅନନ୍ତ ବାସୁଦେବ ମନ୍ଦିର, ଲିଙ୍ଗରାଜ ମନ୍ଦିର, ରଥଦାଣ୍ଡ, ବଢ଼େଇବାଙ୍କ ଛକ ଓ ବୋଇତାଳ ମନ୍ଦିର ଦେଇ ଏକାମ୍ର ବନରେ ଶେଷ ହୋଇଥିଲା। ଏଥିରେ ବହୁ ସ୍କୁଲ୍‌ର ଛାତ୍ରଛାତ୍ରର, ସ୍ଥାନୀୟ ଜନସାଧାରଣ, ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତାମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର