ଭୁବନେଶ୍ୱର : ଭୁବନେଶ୍ୱରର ପୂର୍ବତନ ଡିସିପି ତଥା ୨୦୦୩ ବ୍ୟାଚର ଆଇପିଏସ୍ ଅଫିସର ପୁଣି ଥରେ କମିସନରେଟ୍ ପୁଲିସରେ ଯୋଗଦାନ କରିବେ। ତାଙ୍କୁ ଅତରିକ୍ତ ପୁଲିସ କମିସନର୍ ପଦବି ମିଳିପାରେ ବୋଲି ଚର୍ଚା ହେଉଛି। ତେବେ ବର୍ତମାନ ଏହି ପଦବିରେ ଥିବା ସଂଜୟ ସିଂହ ୩ ମାସ ପାଇଁ ବାହାରକୁ ଯାଉଥିବାରୁ ଶ୍ରୀ ଲାଲ୍ଙ୍କୁ ଏହି ଦାୟିତ୍ୱ ମିଳିବ ବୋଲି ଆଲୋଚନା ହେଉଛି। ଏ ସଂପର୍କରେ ବିଧିବଦ୍ଧ ଭାବେ କୌଣସି ଘୋଷଣା ହୋଇ ନଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ଶ୍ରୀ ଲାଲ୍ ଡେପୁଟେସନ୍ରେ ଦିଲ୍ଲୀ ଯାଇଥିଲେ। ଦୁଇ ମାସ ତଳେ ସେ ଓଡ଼ିଶା ଫେରି ଆସିଛନ୍ତି।
ହିମାଂଶୁ ଲାଲ ଡିସିପି ଥିବାବେଳେ ରାଜଧାନୀକୁ ଅପରାଧମୁକ୍ତ କରିବାକୁ ଯାଇ ୩ ବର୍ଷରେ ୧୨ ଜଣଙ୍କୁ ଏନ୍କାଉଣ୍ଟର୍ କରିଥିଲେ। ଯାହାକି କମିସନରେଟ ପୁଲିସ ପାଇଁ ଏବେ ବି ରେକର୍ଡ ହୋଇ ରହିଛି।