ହୋମିଓପାଥି ଓ ଆୟୁର୍ବେଦିକ ଚିକିତ୍ସା ଅଧିକାରୀ ନିଯୁକ୍ତିରେ ବିଳମ୍ବ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଡାକ୍ତରଖାନା ଓ ଡିସ୍‌ପନେସାରିଗୁଡ଼ିକରେ ହୋମିଓପାଥି ଓ ଆୟୁର୍ବେଦିକ ଚିକିତ୍ସା ଅଧିକାରୀ ନିଯୁକ୍ତିରେ ବିଳମ୍ବ ହୋଇଛି। ଓପିଏସ୍‌ସି ଜରିଆରେ ଏଥିପାଇଁ ପରୀକ୍ଷା ହୋଇଥିବା ବେଳେ ୧୬୯ ହୋମିଓପାଥି ଓ ୫୦ଜଣ ପରୀକ୍ଷାର୍ଥୀ ଚୟନ ହୋଇଛନ୍ତି। ଏଥିପାଇଁ କାଉନସେଲିଂ ମଧ୍ୟ ଶେଷ ହୋଇଛି। ମାତ୍ର ସେମାନଙ୍କୁ ଆଜି ପର୍ଯ୍ୟନ୍ତ ନିଯୁକ୍ତି ମିଳିପାରିନାହିଁ। ରାଜ୍ୟରେ ହୋମିଓପାଥି ଓ ଆୟୁର୍ବେଦିକ ଚିକିତ୍ସା ଅଧିକାରୀ ନିଯୁକ୍ତି ପାଇଁ ଗତବର୍ଷ ଫେବ୍ରୁଆରି ୨୨ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଚଳିତବର୍ଷ ଜାନୁଆରି ୨୯ ତାରିଖରେ ପରୀକ୍ଷା ହୋଇଥିବା ବେଳେ ଅଗଷ୍ଟ ୧୯ ତାରିଖରେ ଫଳ ପ୍ରକାଶ ପାଇଥିଲା। ଏଥିରେ ଉତ୍ତୀର୍ଣ୍ଣ ୧୬୯ଜଣ ପରୀକ୍ଷାର୍ଥୀଙ୍କ ନଭେମ୍ବର ୧୬ ଓ ୧୭ ତାରିଖରେ ଏଥିପାଇଁ କାଉନସେଲିଂ କରାଯାଇଥିଲା। ଏହାସତ୍ତ୍ୱେ ସେମାନଙ୍କୁ ନିଯୁକ୍ତି ମିଳି ନ ଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି।

ସମ୍ବନ୍ଧିତ ଖବର