ପତ୍ନୀକୁ ଖଣ୍ଡାରେ ହାଣି ଜେଲ୍‌ ଗଲେ ପତି

ଧଉଳି: ପତ୍ନୀଙ୍କୁ ଖଣ୍ଡାରେ ଆକ୍ରମଣ କରିବା ଅଭିଯୋଗରେ ଉତ୍ତରା ଫାଣ୍ଡି ପୁଲିସ ଆଜି  ସ୍ଥାନୀୟ ପୁବା ଶାସନ ଗ୍ରାମର ପ୍ରମୋଦ ତ୍ରିପାଠୀଙ୍କୁ (୪୨) ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରମୋଦଙ୍କ ପତ୍ନୀ ସୁସ୍ମିତା ତ୍ରିପାଠୀ ଏ ନେଇ ଫାଣ୍ଡିରେ ଅଭିଯୋଗ କରିଥିଲେ। ପୁଲିସ ସୂଚନା ଅନୁଯାୟୀ ଗତ ୮ ବର୍ଷ ତଳେ ପ୍ରମୋଦ ଓ ସୁସ୍ମିତାଙ୍କ ବିବାହ ହୋଇଥିଲା। ବିବାହର କିଛି ମାସ ପରେ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥିଲା। ପ୍ରମୋଦ ବିଭିନ୍ନ ସମୟରେ ସୁସ୍ମିତାଙ୍କ ଉପରେ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ। ନିର୍ଯାତନା ଅସହ୍ୟ ହେବାରୁ ସୁସ୍ମିତା ମଝିରେ ମଝିରେ ବାପ ଘରେ ରହୁଥିଲେ।  ଗତ ୩୧ ତାରିଖ ଅପରାହ୍ଣରେ ଉଭୟଙ୍କ ମଧ୍ୟରେ ଭୀଷଣ ଗଣ୍ଡଗୋଳ ହୋଇଥିଲା। ଏଥିରେ ରାଗିଯାଇ ପ୍ରମୋଦ ଏକ ଖଣ୍ଡାରେ ସୁସ୍ମିତାଙ୍କୁ ଆକ୍ରମଣ କରିଥିଲେ।

ସମ୍ବନ୍ଧିତ ଖବର