ଆଇସିସିଆର୍‌ର ‘ଓଡ଼ିଶୀ ନୃତ୍ୟ କାର୍ଯ୍ୟକ୍ରମ’

ଭୁବନେଶ୍ୱର: ଭାରତୀୟ ସାଂସ୍କୃତିକ ସଂପର୍କ ପରିଷଦ (ଆଇସିସିଆର୍‌) ଓ ରାଜ୍ୟ ସଂସ୍କୃତି ବିଭାଗ ମିଳିତ ସହଯୋଗରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ପରିସରରେ ‘ଓଡ଼ିଶୀ ନୃତ୍ୟ କାର୍ଯ୍ୟକ୍ରମ’ ଆୟୋଜିତ ହୋଇଯାଇଛି। ପ୍ରାରମ୍ଭରେ ଗୁରୁ ଦୁର୍ଗାଚରଣ ରଣବୀରଙ୍କ ନୃତ୍ୟ ନିର୍ଦେଶନା ଓ ସୁକାନ୍ତ କୁମାର କୁଣ୍ଡୁଙ୍କ ସଂଗୀତ ସଂଯୋଜନାରେ ନୃତ୍ୟଶିଳ୍ପୀ ଗାୟତ୍ରୀ ରଣବୀର ଓ ଦଳ ପକ୍ଷରୁ ‘ମଙ୍ଗଳାଚରଣ’ ପରିବେଷିତ ହୋଇଥିଲା। ଏହା ପରେ ପରେ ରାଗ ଶଙ୍କରାଭରଣମ୍‌ ଓ ତାଳ ଏକ୍‌ତାଲ୍‌ରେ ‘ସ୍ଥାୟୀ’ ନୃତ୍ୟ ପରିବେଷିତ ହୋଇଥିଲା। ଶେଷରେ ଶୁଦ୍ଧ ପର୍ଯ୍ୟାୟରେ ପଲ୍ଲବୀ ଓ ଅଷ୍ଟଶମ୍ଭୁ ପରିବେଷିତ ହୋଇଥିଲା। ମର୍ଦ୍ଦଳରେ ଗୁରୁ ନିରଞ୍ଜନ ପାତ୍ର, ବଂଶୀରେ ଜବାହର ମିଶ୍ର, ଭାଓଲିନ୍‌ରେ ପ୍ରଦୀପ କୁମାର ରାୟ ପ୍ରମୁଖ ସହଯୋଗ କରିଥିଲେ। କାର୍ଯ୍ୟକ୍ରମକୁ ଗୁରୁ ଦୁର୍ଗାଚରଣ ରଣବୀର ଓ ଆଇସିସିଆର୍‌ର ଆଞ୍ଚଳିକ ଅଧିକାରୀ ବଲବୀର ସିଂହ ନେଗି ଉଦ୍‌ଘାଟନ କରିଥିଲେ।

ସମ୍ବନ୍ଧିତ ଖବର