ଆଇଡିବିଆଇ ବ୍ୟାଙ୍କ୍‌ ପକ୍ଷରୁ ‘ସ୍ୱାସ୍ଥ୍ୟ, ସୁଖ-ସମୃଦ୍ଧି’ ଅଭିଯାନ

ଭୁବନେଶ୍ୱର : ଆଇଡିବିଆଇ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଏହାର ଗ୍ରାହକମାନଙ୍କ ପାଇଁ ବିଭିନ୍ନ ବିତ୍ତୀୟ ଉତ୍ପାଦ ଓ ସେବା ଆରମ୍ଭ କରାଯାଇଛି। ଏହି ବିତ୍ତୀୟ ଉତ୍ପାଦ ଓ ସେବା ତୃତୀୟ ପକ୍ଷ ମାଧ୍ୟମରେ ଗ୍ରାହକମାନଙ୍କୁ ଯୋଗାଇ ଦିଆଯିବ। ଗ୍ରାହକମାନଙ୍କ ସ୍ୱାସ୍ଥ୍ୟ, ସମ୍ପଦ ଓ ସୁଖ ବୃଦ୍ଧି ଅଭିଯାନରେ ବ୍ୟାଙ୍କର ଆଞ୍ଚଳିକ ମୁଖ୍ୟ ହିରଣ୍ମୟ ବିଶ୍ୱାସ ଅଧ୍ୟକ୍ଷତା କରିଥିଲେ। ଏହି ଆର୍ଥିକ ଉତ୍ପାଦମାନଙ୍କ ମଧ୍ୟରେ ରହିଛି ସାଧାରଣ ବୀମା, ସ୍ୱାସ୍ଥ୍ୟବୀମା, ମ୍ୟୁଚୁଆଲ୍‌ ଫଣ୍ଡ୍‌, ଆସେଟ୍‌ ମ୍ୟାନେଜ୍‌ମେଣ୍ଡ୍‌ କମ୍ପାନିର ଉତ୍ପାଦ ଓ ଜୀବନବୀମା ସମ୍ବନ୍ଧୀୟ ଉତ୍ପାଦ ସବୁ। ଏହିସବୁ ଉତ୍ପାଦ ଗ୍ରାହକଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥା ବିତ୍ତୀୟ ଆବଶ୍ୟକତା ଓ ବୀମା ଆବଶ୍ୟକତା ପୂରଣ କରିପାରିବ। ଏହି ଅଭିଯାନ ମାଧ୍ୟମରେ ପୁରୁଣା ଓ ନୂଆ ଗ୍ରାହକଙ୍କୁ ଆକର୍ଷଣ କରିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର