‌ବେଆଇନ ବାଲି ଚାଲାଣ, ୬ ଟ୍ରକ ଜବତ

ଭୁବନେଶ୍ବର : ବେଆଇନ ଭାବେ ବାଲି ଚାଲାଣ କରୁଥିବା ୫ଟି ହାଇୱା ଓ ଗୋଟିଏ ଟ୍ରକକୁ ଜବତ କରାଯାଇଛି। ବାଲି ଚାଲାଣ କରାଯାଉଥିବା ଖବର ପାଇ ଆଜି ବିଳମ୍ବିତ ରାତିରେ ତହସିଲଦାର ସହିଦ ନଗର ଥାନା ପୁଲିସ ସହାୟତାରେ କେଶୁରା ଅଞ୍ଚଳରେ ଚଢ଼ଉ କରିଥିଲେ। ସେହି ସମୟରେ ବାଲି ଚାଲାଣ କରୁଥିବା ଟ୍ରକ (ନଂ. ଓଡି୩୩ଜି-୦୧୪୪, ଓଡି୦୨ଏଏଫ- ୩୬୯୦, ଓଡି୦୨ଏମ- ୯୩୫୧, ଓଡି୦୧କ୍ୟୁ- ୪୮୦୩, ଓଡି୦୨ଏଏଚ- ୩୪୯୧ ଏବଂ ଓଡି୦୯ଏଫ- ୫୬୭୪) ଗୁଡ଼ିକୁ ଜବତ କରି ଥାନାକୁ ନେଇଥିଲେ।

ସମ୍ବନ୍ଧିତ ଖବର