ଇମ୍ପେରିୟାଲ ବ୍ଲୁ ସୁପରହିଟ୍‌ ନାଇଟ୍‌ରେ ନେହା

ଭୁବନେଶ୍ବର: ବଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ ନେହା କକ୍କରଙ୍କ ସଙ୍ଗୀତର ଧୁନ୍‌ରେ ଝୁମିବ ସହର। ପୁଣି ଡିଜେ ସୁକେତୁଙ୍କ ସୁମଧୁର ଡିଜେ ସଙ୍ଗୀତ ପ୍ରେମୀଙ୍କୁ ଆହୁରି ଆହ୍ଲାଦିତ କରିବ। ଆସନ୍ତା କାଲି ଖଣ୍ଡଗିରି ଛକ କେ.ସି.ଏ ଗ୍ରାଉଣ୍ଡଠାରେ ଅନୁଷ୍ଠିତ ହେବାକୁ ଯାଉଛି ଦେଶର ସର୍ବବୃହତ ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମ ‘ଇମ୍ପେରିୟାଲ ବ୍ଲୁ ସୁପରହିଟ୍‌ ନାଇଟ୍’ର ୫ମ ସଂସ୍କରଣ। ଲକ୍ଷ୍ନୌରୁ ନିଜର ଯାତ୍ରା ଆରମ୍ଭ କରିଥିବା ଏହି ସଙ୍ଗୀତ କାର୍ଯ୍ୟକ୍ରମ ଆଜି ପର୍ଯ୍ୟନ୍ତ ଗୌହାଟି, ମାଙ୍ଗାଲୋର, ଉଦୟପୁର ଓ ଇନ୍ଦୋର ଭଳି ସହରରେ ଆୟୋଜିତ ହୋଇସାରିଛି। ଅତୀତରେ ଏହି କାର୍ଯ୍ୟକ୍ରମରେ ଫର୍‌ହାନ୍‌ ଅଖ୍‌ତର, ସଲିମ ସୁଲେମାନ, ସୁଖବିନ୍ଦର ସିଂହ ଏବଂ ନୀତିନ ମୋହନ ପ୍ରମୁଖ ସଙ୍ଗୀତ ପରିବେଷଣ କରିସାରିଛନ୍ତି। ଆଗକୁ ଏହି କାର୍ଯ୍ୟକ୍ରମ ବିଶାଖାପାଟଣାରେ ଆୟୋଜିତ ହେବ।

ସମ୍ବନ୍ଧିତ ଖବର