ଆୟକର କର୍ମଚାରୀ ସଂଘର ସମ୍ମିଳନୀ

ଭୁବନେଶ୍ୱର: ଓଡ଼ିଶା ଆୟକର କର୍ମଚାରୀ ମହାସଂଘ (ଆଇଟିଇଏଫ୍‌)ର ଦ୍ୱିବାର୍ଷିକ ସମ୍ମିଳନୀ ୨୬ ଓ ୨୭ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି। ହୋଟେଲ୍‌ ପାଲ୍‌ ହାଇଟ୍‌ସ୍‌ଠାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଆୟକର ବିଭାଗ ଅଫିସର ପ୍ରତିନିଧିମାନେ ଯୋଗ ଦେଇଥିଲେ।

ସମ୍ମିଳନୀକୁ ଆୟକର ପ୍ରଧାନ ଆୟୁକ୍ତ ଅଶୋକ କୁମାର ଶତପଥୀ ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନୀ ଅଧିବେଶନରେ ଆୟକର ଆୟୁକ୍ତ ସରୋଜ କୁମାର ମହାପାତ୍ର, ଗେଜେଟେଡ୍‌ ଅଫିସର୍‌ ଆସୋସିଏସନ୍‌ (ଆଇଟିଗୋଆ)ର ଅଖିଳ ଭାରତୀୟ ମହାସଚିବ ଭାସ୍କର ଭଟ୍ଟାଚାର୍ଯ୍ୟ, ଓଡ଼ିଶା ଆୟକର ଗେଜେଟେଡ୍‌ ଅଫିସର୍‌ ଆସୋସିଏସନ୍‌ର ସଭାପତି ମନମୋହନ ରାଓ, ଆୟକର କର୍ମଚାରୀ ମହାସଂଘର ପୂର୍ବତନ ଅଖିଳ ଭାରତୀୟ ମହାସଚିବ କେପି ରାଜାଗୋପାଳ, ଆୟକର କର୍ମଚାରୀ ମହାସଂଘର ଅଖିଳ ଭାରତୀୟ ମହାସଚିବ ରୂପକ ସରକାର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆୟକର ବିଭାଗର କର୍ମଚାରୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ବକ୍ତବ୍ୟ ରଖିଥିଲେ।

ସନ୍ଧ୍ୟା ଅଧିବେଶନରେ ଓଡ଼ିଶା ଆୟକର କର୍ମଚାରୀ ମହାସଂଘ (ଆଇଟିଇଏଫ୍‌) ଏବଂ ଓଡ଼ିଶା ଆୟକର ଗେଜେଟେଡ୍‌ ଅଫିସର୍‌ ଆସୋସିଏସନ୍‌ (ଆଇଟିଗୋଆ)ର ମିଳିତ କ୍ରିୟାନୁଷ୍ଠାନ ସମିତିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଆୟକର ଗେଜେଟେଡ୍‌ ଅଫିସର୍‌ ଆସୋସିଏସନ୍‌ (ଆଇଟିଗୋଆ)ର ଅଖିଳ ଭାରତୀୟ ଉପସଭାପତି ଅମିତାଭ ଦେ, ଆସୋସିଏସନ୍‌ର ଅଖିଳ ଭାରତୀୟ ମହାସଚିବ ଭାସ୍କର ଭଟ୍ଟାଚାର୍ଯ୍ୟ, ଆୟକର କର୍ମଚାରୀ ମହାସଂଘର ଅଖିଳ ଭାରତୀୟ ସଭାପତି ଅଶୋକ କୁମାର କାନୋଜିଆ, ଆୟକର କର୍ମଚାରୀ ମହାସଂଘର ଅଖିଳ ଭାରତୀୟ ମହାସଚିବ ରୂପକ ସରକାର ଏବଂ ଓଡ଼ିଶା ଆୟକର ଗେଜେଟେଡ୍‌ ଅଫିସର୍‌ ଆସୋସିଏସନ୍‌ (ଆଇଟିଗୋଆ)ର ସଚିବ ମନୋଜ କୁମାର ପତି ପ୍ରମୁଖ ଭାଷଣ ଦେଇଥିଲେ। ଡେଲିଗେଟ୍‌ ଅଧିବେଶନର ଶେଷରେ ଆଗାମୀ ଦୁଇ ବର୍ଷ ପାଇଁ ଓଡ଼ିଶା ଆୟ କର କର୍ମଚାରୀ ମହାସଂଘର ନୂତନ କର୍ମକର୍ତ୍ତାଙ୍କର ଚୟନ ମଧ୍ୟ ହୋଇଯାଇଛି। ସଭାପତି କେଏସ୍‌ଏନ୍‌, ଉପସଭାପତି ପାତ୍ର ଚନ୍ଦନ କୁମାର ଘଡ଼େଇ, ସୁରେଶ ଚନ୍ଦ୍ର ମହାପାତ୍ର, ଏମ୍‌କେ ସାଇ, ସଚିବ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ଅତିରିକ୍ତ ସଚିବ ଚିତ୍ତରଞ୍ଜନ ପଟ୍ଟନାୟକ, ଯୁଗ୍ମ ସଚିବ ଲଳିତ କୁମାର ପଣ୍ଡା, ଅର୍ଥ ସଚିବ ଗିରିଶ କୁମାର ପଟ୍ଟନାୟକ, ଭୁବନେଶ୍ୱର ରେଞ୍ଜ୍‌ ସଚିବ ଡିକେ ସାହୁ, କଟକ ରେଞ୍ଜ ସଚିବ ଶଶିକାନ୍ତ ବେହେରା, ସମ୍ବଲପୁର ରେଞ୍ଜ ସଚିବ ନିରଞ୍ଜନ ପୃଷ୍ଟି ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।

୨୭ ତାରିଖ ଅଧିବେଶନରେ ଓଡ଼ିଶାର ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତ ବିଧୁଶେଖର ସିଂହ ଉଦ୍‌ବୋଧନ ଦେଇଥିଲେ। ଏହି ଅଧିବେଶନରେ ଓଡ଼ିଶା ଆୟକର କର୍ମଚାରୀ ମହାସଂଘର ସଚିବ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ଆୟକର ଆୟୁକ୍ତ ଶରତ କୁମାର ଦାଶ, ଓଡ଼ିଶା ଭାରତୀୟ ରାଜସ୍ୱ ସେବା ଅଧିକାରୀ ସଂଘର ସଚିବ ସୁରେଶ ଶିବାନନ୍ଦନ, ଆୟକର କର୍ମଚାରୀ ମହାସଂଘର ପୂର୍ବତନ ଅଖିଳ ଭାରତୀୟ ସଭାପତି ଅଶୋକ ସାଲୁଙ୍ଖେ, ଆୟକର ଗେଜେଟେଡ୍‌ ଅଫିସର୍‌ ଆସୋସିଏସନ୍‌ (ଆଇଟିଗୋଆ)ର ଅଖିଳ ଭାରତୀୟ ଉପସଭାପତି ଅମିତାଭ ଦେ, କେନ୍ଦ୍ର ସରକାରୀ କର୍ମଚାରୀ ଓ କର୍ମୀ ମହାସଂଘର ଅଖିଳ ଭାରତୀୟ ସଭାପତି କେକେଏନ୍‌ କୁଟ୍ଟି, ଆୟକର କର୍ମଚାରୀ ମହାସଂଘର ଅଖିଳ ଭାରତୀୟ ସଭାପତି ଅଶୋକ କୁମାର କାଜୋଜିଆ ଏବଂ ଓଡ଼ିଶା ଗେଜେଟେଡ୍‌ ଅଫିସର୍‌ ଆସୋସିଏସନ୍‌ର ସଚିବ ମନୋଜ କୁମାର ପତି ପ୍ରମୁଖ ନିଜର ଭାଷଣ ଉପସ୍ଥାପନ କରିଥିଲେ।

ସମ୍ବନ୍ଧିତ ଖବର