୯୫ ଜଣଙ୍କୁ ‘ଭାରତ ବିକାଶ ସମ୍ମାନ’

ଭୁବନେଶ୍ବର: ଆଜି ବିଶ୍ବ ଏଡ୍‌ସ୍‌ ଦିବସ ଅବସରରେ ‘ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ସେଲ୍‌ଫ୍‌ ରିଲାଏନ୍‌ସ’ ପକ୍ଷରୁ ସ୍ଥାନୀୟ ପ୍ରେସ୍‌ କ୍ଲବଠାରେ ‘ବୌଦ୍ଧିକ ସାମାଜିକ ଦାୟିତ୍ବବୋଧ’ ଶୀର୍ଷକ ଆଲୋଚନାଚକ୍ର ଓ ‘ଭାରତ ବିକାଶ ସମ୍ମାନ’ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ସମାଜ ଓ ଜାତି ପାଇଁ ଉତ୍ସର୍ଗୀକୃତ ଅବଦାନ ଥିବା ବ୍ୟକ୍ତିବିଶେଷ ତଥା ବୌଦ୍ଧିକ ସ୍ତରରେ ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଏହି ସମ୍ମାନ ପ୍ରଦାନ କରିବା ଉଦ୍ଦେଶ୍ୟରେ ଏହି ଆଲୋଚନାଚକ୍ରର ଆୟୋଜନ। ଆଲୋଚନାଚକ୍ରକୁ ଭ‌ାରତ ସମେତ ନେପାଳ, ଭୁଟାନ, ବାଙ୍ଗଲାଦେଶ, ଶ୍ରୀଲଙ୍କା, ସାଉଥ କୋରିଆ ଓ ଭିଏତନାମା ଆଦି ଦେଶରୁ ସ୍ବତନ୍ତ୍ର ବ୍ୟକ୍ତବିଶେଷଙ୍କୁ ଆମନ୍ତ୍ରିତ କରାଯାଇଥିଲା। ଚଳିତ ବର୍ଷ ଶିକ୍ଷକ, ଅଧ୍ୟାପକ, ବୈଜ୍ଞାନିକ, ଡାକ୍ତର, ସମାଜସେବୀ ଓ ଉଦ୍ୟୋଗୀ ଆଦି ବିଭିନ୍ନ ସ୍ତରରେ ୯୫ ଜଣଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ‘ଭାରତ ବିକାଶ ସମ୍ମାନ’ରେ ସମ୍ମାନିତ କରାଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପୂବର୍ତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ, ଅବସରପ୍ରାପ୍ତ ପ୍ରଶାସକ କଲ୍ୟାଣ ରାୟ, ପୂର୍ବତନ ଟ୍ରେଜରର କେ. ରଘୁନାଥମ୍‌ ସୁବୁଦ୍ଧି, ଅବସରପ୍ରାପ୍ତ ‌ପ୍ରଶାସକ ଶ୍ୟାମ ନାରାୟଣ ତିୱାରି ଓ ରମେଶ ଚନ୍ଦ୍ର ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ସଂସ୍ଥାର ସଂଯୋଜକ ସି. ଭି. ରମନ ସୁବୁଦ୍ଧି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର