ନୃତ୍ୟରେ ଦଶମହାବିଦ୍ୟା, ଭାରତ ଅନ୍ତର୍ଜାତୀୟ ନୃତ୍ୟ ଉତ୍ସବ

ଭୁବନେଶ୍ବର:ନୃତ୍ୟରେ ଦେବୀଙ୍କ ଦଶରୂପକୁ ଅବତାରଣା କରିଥିଲେ ନୃତ୍ୟ ଉପାସନା ପୀଠ। ‘ସାଂସ୍କୃତିକୀ’ ଅନୁଷ୍ଠାନ ପକ୍ଷରୁ ଭଞ୍ଜକଳା ମଣ୍ଡପରେ ଆୟୋଜିତ ଭାରତ ଅନ୍ତର୍ଜାତୀୟ ନୃତ୍ୟ ଉତ୍ସବରେ ମା’ଙ୍କ ଦଶମହାବିଦ୍ୟା ଦେଖିବାର ଅବକାଶ ଜୁଟିଥିଲା। ଆଦିବାସୀ, ଲୋକ, ଶାସ୍ତ୍ରୀୟ, ସାମରିକ ଓ ସମକାଳୀନ ନୃତ୍ୟକୁ ନେଇ ଆୟୋଜିତ ଏହି ଉତ୍ସବ ଆଜି ଦର୍ଶକଙ୍କୁ ମନୋରଂଜନର ଭରପୂର୍‌ ଖୋରାକ୍‌ ଯୋଗାଇଥିଲା। ପରେ ପରେ ନୃତ୍ୟ ସାଧନା ଏକାଡେମିର ଦଳଗତ ଓଡ଼ିଶୀ ନୃତ୍ୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ସେହିପରି ଆଦ୍ୟା ଉତ୍କଳିକା ଦାସ, ଅନିଷା ଅଭିଷିକ୍ତା ରାଉତ, ଅମ୍ରିତା ଓ ଆଦୃତ, ପ୍ରିୟଙ୍କା ଦାଶ ଏବଂ ରୋମାନିଆରୁ ଆଞ୍ଜେଲିକା ମାରିନେସକୋ ପ୍ରମୁଖ ଏକକ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଆସାମର ଗୀତିକା ଦତ୍ତଙ୍କ ସାତ୍ରୀୟା ନୃତ୍ୟ ଦର୍ଶକଙ୍କୁ ବିଭୋର୍‌ କରିଥିଲା। ଆଜିର କାର୍ଯ୍ୟକ୍ରମରେ ଅତିଥି ଭାବେ ଓଡ଼ିଶୀ ଗୁରୁ ସନାତନ ନାୟକ, ରୋଜାଲିନ ମହାପାତ୍ର, ମାଲେସିଆରୁ କବିତା ସୁବ୍ରମଣ୍ୟ, ସୁଙ୍ଗାପୁରରୁ ସୁଦର୍ଶନ ଓ କବିତା ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ସିଙ୍ଗାପୁରର ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କୁ ସମ୍ମାନିତ କରାଯାଇଥିଲା। ସଭାରେ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ୟାମହରି ଚକ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର