‘ଇଣ୍ଡୋ-ଭିଏତନାମ୍‌ ଟୁରିଜିମ୍‌ ରୋଡ୍‌ ସୋ’

ଭୁବନେଶ୍ୱର: ଇଣ୍ଡୋ-ଭିଏତନାମ୍‌ କୋଅପରେସନ୍‌ ପକ୍ଷରୁ ‘ଇଣ୍ଡୋ-ଭିଏତନାମ୍‌ ଟୁରିଜିମ୍‌ ରୋଡ୍‌ ସୋ’ କାର୍ଯ୍ୟକ୍ରମ ଆଜି ହୋଟେଲ ମେ ଫେୟାରଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭିଏତନାମ୍‌ ଦୂତାବାସର ଡେପୁଟି କମିସନ୍‌ର ନ୍ୟୁଏନ୍‌ ଓଲଆନ୍‌ ଯୋଗଦେଇ କହିଥିଲେ ଯେ, ଭାରତ ଓ ଭିଏତନାମ୍‌ ମଧ୍ୟରେ ସାଂପ୍ରତିକ ପରିପ୍ରେକ୍ଷୀର ସହଯୋଗୀତାରେ ବୃଦ୍ଧି ପାଇଛି। ଆମଦାନୀ, ରପ୍ତାନୀ, ପର୍ଯ୍ୟଟନ ଓ ସଂସ୍କୃତି ବିନିମୟରେ ମଧ୍ୟ ପର୍ଯ୍ୟାପ୍ତ ସୁଯୋଗ ରହିଛି ବୋଲି ସେ କହିଥିଲେ। ଇଣ୍ଡୋ ଭିଏତନାମ କୋଅପରେସନ୍‌ ସେଣ୍ଟର୍‌ର ସେକ୍ରେଟାରି ଜେନେରାଲ ଡ.ଅଭିନ୍ନ ହୋତା ଯୋଗଦେଇ ପ୍ରାଚୀନ ଉତ୍କଳ ଓ ଭିଏତନାମ୍‌ ମଧ୍ୟରେ ଥିବା ଆବେଗିକ ସମ୍ପର୍କ ବିଷୟରେ ଆଲୋକପାତ କରିଥିଲେ। ପର୍ଯ୍ୟଟନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଉତ୍ପଳ କୁମାର ପତି ଯୋଗଦେଇ ସରକାରଙ୍କର ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରିଥିଲେ। ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଡ.ଶରତ ଚନ୍ଦ୍ର ପ୍ରଧାନ, ବିବେକ ପଟ୍ଟନାୟକ ଓ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ପ୍ରମୁଖ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରମୋଦା ପଟେଲ୍‌, ଦେବବ୍ରତ ପାଣିଗ୍ରାହୀ, ରାଜେନ୍ଦ୍ର ବଲ୍ଲଭ ବେହେରା, ସନ୍ତୋଷ ଭୋଳ, ପ୍ରଦୀପ୍ତ ହୋତା, ସତ୍ୟବ୍ରତ ମିଶ୍ର, ମାନସ ଦାସ, ରଶ୍ମିକାନ୍ତ ସ୍ୱାଇଁ ଓ ବାଳକୃଷ୍ଣ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର