ଦି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କଷ୍ଟ ଆକାଉଣ୍ଟ୍‌ସର କର୍ମକର୍ତା ନିର୍ବାଚନ

ଭୁବନେଶ୍ୱର: ଦି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କଷ୍ଟ୍‍ ଆକାଉଣ୍ଟ୍‌ସ ଅଫ୍‌ ଇଣ୍ଡିଆ ଭୁବନେଶ୍ୱର ଚାପ୍ଟର୍‌ର ୨୦୧୭-୧୯ ବର୍ଷ ପାଇଁ ନୂତନ କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷ ଭାବେ ଉତ୍ତମ କୁମାର ନାୟକ, ଉପାଧ୍ୟକ୍ଷ ଭାବେ ଦାମୋଦର ମିଶ୍ର, ସଂପାଦକ ଭାବ ତାପସ ରଂଜନ ସ୍ୱାଇଁ ଏବଂ କୋଷାଧ୍ୟକ୍ଷ ଭାବେ ହିମୋଜ ମିଶ୍ରଙ୍କୁ ଚୟନ କରାଯାଇଛି। ଏହି ବୈଠକରେ କେନ୍ଦ୍ରୀୟ ପରିଷଦ ସଭ୍ୟ ନିରଂଜନ ମିଶ୍ର, ଆଞ୍ଚଳିକ ପରିଷଦ ସଭ୍ୟ ଶିବ ପ୍ରସାଦ ପାଢ଼ୀ ଓ ନବନିର୍ବାଚିତ କର୍ମକର୍ତାଙ୍କ ମଧ୍ୟରେ ମୃତ୍ୟୁଞ୍ଜୟ ପାଣି, ଶାଶ୍ୱତ ତ୍ରିପାଠୀ, ଶକ୍ତିଧର ସିଂ, ମୁକେଶ ଚୌବେ ଏବଂ ଅଜୟ କୁମାର ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ପୂର୍ବତନ ଅଧ୍ୟକ୍ଷ ଶିବ ପ୍ରସାଦ କର ନୂଆ ଅଧ୍ୟକ୍ଷଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ।

ସମ୍ବନ୍ଧିତ ଖବର