ଅନ୍ତର୍ଜାତୀୟ ମହାବୋଧି ସମ୍ମାନ ବିଜେତା ବିମୁଳେନ୍ଦୁ ମହାନ୍ତିଙ୍କୁ ସମ୍ବର୍ଧନା

ଭୁବନେଶ୍ବର: ଅନ୍ତର୍ଜାତୀୟ ମହାବୋଧି ସମ୍ମାନରେ ସମ୍ମାନିତ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ବିମଳେନ୍ଦୁ ମହାନ୍ତିଙ୍କୁ ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ସମ୍ବର୍ଧିତ କରାଯାଇଛି। ଆଜି ‘ସମ୍ବାଦ’ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଉତ୍ସବରେ ଆମ ଓଡ଼ିଶାର ଅଧ୍ୟକ୍ଷ ତଥା ‘ସମ୍ବାଦ’ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଉତ୍ତରୀୟ ଦେଇ ତାଙ୍କୁ ସମ୍ବର୍ଧିତ କରିବା ସହ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ।

ଉଲ୍ଲେଖଯୋଗ୍ୟ, ବୌଦ୍ଧ ସାହିତ୍ୟର ପ୍ରଚାରପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିବର୍ଷ ଏହି ସମ୍ମାନ ପ୍ରଦାନ କରାଯାଇଥ‌ାଏ। ଗତ ଜାନୁଆରି ୩୦ ତାରିଖରେ ଭାରତୀୟ ମହାବୋଧି ସୋସାଇଟି ପକ୍ଷରୁ ବିହାରସ୍ଥିତ ବୋଧଗୟାରେ ଅନୁଷ୍ଠିତ ତୃତୀୟ ବୌଦ୍ଧ ଓ ମହିଳାଙ୍କ ବିମୁକ୍ତୀକରଣ ସମ୍ମିଳନୀରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ପ୍ରଥମ ଓଡ଼ିଆ ଭାବେ ପ୍ରଫେସର ମହାନ୍ତି ଏହି ସମ୍ମାନ ହାସଲ କରିଛନ୍ତି।

ସମ୍ବନ୍ଧିତ ଖବର