ଓଡ଼ିଶୀରେ ଦଶମହାବିଦ୍ୟା

ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଦ୍ୱିତୀୟ ଦିନ

ଭୁବନେଶ୍ୱର : ଦଶମହାବିଦ୍ୟାଠୁ ନେଇ କୃଷ୍ଣ ବନ୍ଦନା। ପୁଣି ଅନୁଚିନ୍ତନରୁ ନେଇ ସୂର୍ଯ୍ୟାଷ୍ଟକ। ଓଡ଼ିଶୀ ନୃତ୍ୟରେ ରାଗ ରାଗିଣୀ ସହ ତାଳଦେଇ ଅଭିନୟରେ ରୋମାଞ୍ଚ ସୃଷ୍ଟି କରିଥିଲେ ଦେଶ ବିଦେଶର ଓଡ଼ିଶୀ ନୃତ୍ୟଶିଳ୍ପୀବୃନ୍ଦ। ଓଡ଼ିଶା ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଦ୍ୱିତୀୟ ଦିନରେ ଦେଖିବାକୁ ମିଳିଥିଲା ଏହି ନୃତ୍ୟ। ଦେବେନ୍ଦ୍ରନାଥ, ତମାମି ତାନାବେ, ହାରୁ ୟାମାଜାକି, ଶାଶ୍ୱତୀ, ଗୀତାଞ୍ଜଳି, ଅଶ୍ଳେଷା, ଦୀପ୍ତିରଂଜନ, ନିବେଦିତା, ଘନଶ୍ୟାମ, ଶୁଭଶ୍ରୀ ଶୁଭସ୍ମିତା, ତମନ୍ନା, ପିନାକୀ, ପ୍ରଜ୍ଞା ନୃତ୍ୟାୟନ ପରସି ଦେଇଥିଲେ ନୃତ୍ୟ।

ଦ୍ୱିତୀୟ ଭାଗରେ ସୁଶ୍ରୀ ଶୁଭଜ୍ୟୋତି, ଇନ୍ଦ୍ରାଣି, ବିନାୟକ, ଆକାଂକ୍ଷା, ରୋଜାଲିନ, ଅର୍ପିତା, ଯଜ୍ଞଦତ୍ତ, ଆଶିଷ, ଅଶୋକ ଦାସ ଗ୍ରୁପ୍‌ ସମେତ ସନ୍ଧ୍ୟାରେ ବାଣୀ ରାୟ, ବିଶ୍ୱଭୂଷଣ ଚମ୍ପତିରାୟ, ବିଚିତ୍ର, ଶ୍ରୀରାଧା, ଆଭାଲକ୍ଷ୍ମୀ, ଶ୍ରୀଦତ୍ତ, ନିବେଦିତା, ସୋନମ, ମନସ୍ୱିନୀ, ଶିବାନୀ, ଅମ୍ରିତା ପତି, ନବକିଶୋର ମିଶ୍ର, ଜ୍ୟୋତି ଶ୍ରୀବାସ୍ତବ ଓ ସାଥୀଙ୍କ ନୃତ୍ୟ ଦେଖିବାକୁ ମିଳିଥିଲା। ମନୋଜ ଯୋଷୀ, ନୃତ୍ୟ ସମୀକ୍ଷକ ଶ୍ୟାମହରି ଚକ୍ର, ଲେଖକ କେଦାର ମିଶ୍ର, ଓଡ଼ିଶୀ ଗୁରୁ ରତିକାନ୍ତ ମହାପାତ୍ର ଅତିଥି ଭାବେ ଯୋଗ ଦେଇଥିବା ବେଳେ ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ଡ.ସଂଗୀତା ଗୋସାଇଁ ଉପସ୍ଥିତ ଥିଲେ। ଡ.ମିଲନ ଘଟୁଆରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର