ଭୁବନେଶ୍ବର : ପ୍ରତିବର୍ଷ ଅକ୍ଟୋବର ୧୫ ତାରିଖକୁ ଆନ୍ତର୍ଜାତିକ ଧଳା ବାଡ଼ି ଦିବସ ରୂପେ ପାଳନ କରାଯାଏ। ଧଳାବାଡ଼ି ହେଉଛି ଦୃଷ୍ଟିବାଧିତ ବ୍ୟକ୍ତିମାନଙ୍କର ସ୍ବାଧୀନତା ଏବଂ ସ୍ବାବଲମ୍ବନଶୀଳତାର ପ୍ରତୀକ। ସେଥିପାଇଁ ଈଶ୍ବର ଓ ବିଚ୍ଛନ୍ଦ ଟ୍ରଷ୍ଟ ଅଫ ୱେଲଫେୟାର ପକ୍ଷରୁ ବୁଦ୍ଧମନ୍ଦିର ପରିସରରେ ଆଜି ଆନ୍ତର୍ଜାତିକ ଧଳାବାଡ଼ି ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଅର୍ଥ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଧାୟକ ପ୍ରଶାନ୍ତ ଜଗଦେବ, ଜନ ସମ୍ପର୍କ ଅଧିକାରୀ ଲଲାଟେନ୍ଦୁ ଦାସ, ପାରାଦୀପ ଫସ୍ଫେଟ୍ର ମହାପ୍ରବନ୍ଧକ ଜଗନ୍ନାଥ ଖୁଣ୍ଟିଆ, କର୍ପୋରେଟର୍ ନବକିଶୋର ବେହେରା, ସଞ୍ଜୟ ଶତପଥୀ ଓ ଅମ୍ବିକା ପ୍ରସାଦ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଅବସରରେ ନାଲ୍କୋ, ସାଇଟସ୍ସେଭର, ପିପିଏଲ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ୩୦୦ ଦୃଷ୍ଟିବାଧିତ ପିଲାଙ୍କୁ ମାଗଣାରେ ଧଳାବାଡ଼ି ପ୍ରଦାନ କରାଯାଇଥିଲା। ପରେ ସେମାନେ ଏକ ଶୋଭାଯାତ୍ରାରେ ବୁଦ୍ଧ ମନ୍ଦିରରୁ ରାମ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ। ଅମୃତାରାଣୀ ସାହୁଙ୍କୁ ‘ଦିବ୍ୟାଙ୍ଗ ଜନସାଥୀ ସମ୍ମାନ ୨୦୧୮’ରେ ସମ୍ମାନିତ କରାଯାଇଥିଲା। ଏଥିେର ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ସନ୍ୟାସୀ କୁମାର ବେହେରା ସ୍ବାଗତ ଭାଷଣ ଓ ବିଚ୍ଛନ୍ଦ ଟ୍ରଷ୍ଟର ସଭାପତି ପ୍ରକାଶ କୁମାର ମହାପାତ୍ର ଧନ୍ୟବାଦ ଦେଇଥିଲେ।