ଆଇଓସିଏଲ୍‌ ପକ୍ଷରୁ ଓ୍ଵାକାଥନ୍‌  

ଚନ୍ଦ୍ରଶେଖରପୁର : ସ୍ୱଚ୍ଛ ଭାରତ ଅଭିଯାନକୁ ତ୍ୱରାନ୍ଵିତ କରିବା ଓ ଏ ଦିଗରେ ସାମୂହିକ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଇଣ୍ଡିଆନ୍‌ ଅଏଲ୍‌ ଓଡ଼ିଶା କାର୍ଯ୍ୟାଳୟ ପକ୍ଷରୁ ଏକ ଓ୍ଵାକାଥନ୍‌ର ଆୟୋଜନ କରାଯାଇଛି। ସ୍ୱଚ୍ଛ ଭାରତ ପଖଓ୍ଵାଡ଼ା ଅନ୍ତର୍ଗତ ଚନ୍ଦ୍ରଶେଖରପୁରସ୍ଥିତ ଇଣ୍ଡିଆନ୍‌ ଅଏଲ୍‌ ଭବନ ପରିସରରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମକୁ ସିଏସ୍‌ଆର ଜିଏମ୍‌ ଦେବୀପ୍ରସାଦ ଶତପଥୀ ପତାକା ଦେଖାଇ ଉଦ୍‌ଘାଟନ କରିଥିଲେ। ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଶତାଧିକ ଛାତ୍ରଛାତ୍ରୀ ଏହି ଓ୍ଵାକାଥନ୍‌ରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଆଇଓସିଏଲ୍‌ର ସମସ୍ତ କର୍ମଚାରୀ, ଛାତ୍ରଛାତ୍ରୀ ତଥା ଅନ୍ୟାନ୍ୟ କର୍ମଚାରୀମାନେ ସ୍ୱଚ୍ଛତା ଶପଥ ନେଇଥିଲେ। ଆଇଓସିଏଲ୍‌ର ବରିଷ୍ଠ ଅଧିକାରୀ ବିକାଶ ମହାନ୍ତି, ସନ୍ତୋଷ ପାଣିଗ୍ରାହୀ, ମୀରା ପଣ୍ଡା, ଶ୍ରୀନିବାସ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର