ହୋଟେଲ୍‌ ମେନୁରେ ଆଇପିଏଲ୍‌ ଷ୍ଟାର୍‌

ଧରାଯାଉ ଆପଣ ହୋଟେଲ୍‌ରେ ଯାଇ ଲଞ୍ଚ ଟେବୁଲ୍‌ରେ ଅପେକ୍ଷା କରିଛନ୍ତି। େଓ୍ଵଟର ଆସି ଆପଣଙ୍କୁ ପଚାରିବ ଧୋନିସ୍‌ ଷ୍ଟ୍ରାଇକ୍‌ ଖାଇବେ ନା ହରଭଜନ ଗୁଗ୍‌ଲି। ଆପଣ ଚମତ୍କତ ହେବେ ନିଶ୍ଚୟ। ମାତ୍ର ବିଲ୍‌କୁଲ ବିଚଳିତ ହୁଅନ୍ତୁ ନାହିଁ। କାରଣ ପିଲାଠୁ ବୃଦ୍ଧଙ୍କ ଯାଏଁ ଆଇପିଏଲ୍‌ ମାୟା ଲାଗିଥିବା ବେଳେ ହୋଟେଲ୍‌ର ଖାଦ୍ୟ ମେନୁରେ ଆଇପିଏଲ୍‌ ଷ୍ଟାର୍‌ଙ୍କ ନାଁ ଯୋଡ଼ିଛି ସ୍ୱସ୍ତି ଗ୍ରାଣ୍ଡ୍‌। କେବଳ ଷ୍ଟାର୍ଟର୍‌ ପାଇଁ ପ୍ରସ୍ତୁତ ହେଉଥିବା ଏଭଳି ନିଆରା ନାମକରଣର ଖାଦ୍ୟ ଉଭୟ ଭେଜ୍‌ ଓ ନନ୍‌-ଭେଜ୍‌ରେ ଉପଲବ୍ଧ ହେଉଛି। ଧୋନି, ହରଭଜନଙ୍କ ଛଡ଼ା ଆଇପିଏଲ୍‌ରେ ଚର୍ଚ୍ଚିତ ଚେହେରାଙ୍କ ନାମରେ ମେନୁ ରହିଛି। ଆମିଷରେ ୟୁସୁଫ୍‌ସ୍‌ ବାଉଣ୍ଡାରି, କ୍ରିସ୍‌ସ୍‌ ସିକ୍ସ, ବ୍ରାଭୋସ୍‌ ଫିଲ୍ଡିଂ, ମିଚେଲସ୍‌ ମ୍ୟାଜିକ୍‌, ପାର୍ଥିଭ୍‌ସ୍‌ କ୍ୟାଚ୍‌, ହାସିମ୍‌ସ୍‌ ସ୍କୋୟାର ଡ୍ରାଇଭ୍‌, ଯୁବରାଜ୍‌ସ୍‌ ହଣ୍ଡ୍ରେଡ୍‌ ଆଦି ରହିଛି। ସେହିଭଳି ନିରାମିଷରେ ଗ୍ଲେନିନ୍‌ସ୍‌ ଡିଫେନ୍‌ସ୍‌ ସହ ଫିଞ୍ଚ୍‌ସ୍‌ ମ୍ୟାଜିକ୍‌, ଅଶ୍ୱିନୀସ୍‌ ସ୍କୋୟାରକଟ୍‌, ଅଜିଙ୍କିଆସ୍‌ ଫିପ୍ଟି, ଗମ୍ଭୀରସ୍‌ ହିଟ୍‌, ଓ୍ଵାଟ୍‌ସନ୍‌ସ୍‌ ଓ୍ଵିକେଟ, ଧାଓ୍ଵନ୍‌ସ୍‌ ଷ୍ଟ୍ରେଟ ଡ୍ରାଇଭ୍‌, ପୋଲାର୍ଡସ୍‌ ହାଟ୍ରିକ୍‌, ଉତ୍ଥପାସ୍‌ ଥ୍ରୁ ରହିଛି। ଏହି ଷ୍ଟାର୍ଟର୍‌ର ଦର ୩୦୦ରୁ ୯୦୦ ମଧ୍ୟରେ ରହିଛି। ପୂର୍ବରୁ ଏହି ସବୁ ପ୍ରସ୍ତୁତି ମେନୁରେ ନଥିଲା। ଆଇପିଏଲ୍‌ ଚାଲିଥିବାରୁ ସମସ୍ତ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ବେଶ୍‌ କ୍ରେଜ୍‌ ରହିଛି। ଏଣୁ ଏଭଳି ପରିକଳ୍ପନା କରାଯାଇଥିବା ଫୁଡ଼୍‍ ଆଣ୍ଡ ବେଭ୍‌ରେଜ୍‌ ମ୍ୟାନେଜର୍‌ ବିକାଶ ପ୍ରଧାନ କହିଛନ୍ତି। ଗ୍ରାହକମାନେ ବି ଯେବେ ଅର୍ଡର ଦେଉଛନ୍ତି ନିଜେ  ହସିହସି ଗଡ଼ିଯାଉଛନ୍ତି। କିଏ କହୁଛି ହାସିମ୍‌ର ସ୍କୋୟାରକଟ୍‌ ଆଉ ଚାଲୁନି ଅଶ୍ୱିନୀର ସ୍କୋୟାର କଟ୍‌ ଆଣ। ପୁଣି କିଏ କହୁଛି, ହରଭଜନଙ୍କ ଗୁଗୁଲି କାମ ଦେଉନି ପୋଲାର୍ଡସ୍‌ ହାଟ୍ରିକ ଆଣ। ଏହି ସମସ୍ତ ଷ୍ଟାର୍ଟର୍‌ ଆଇଟମ୍‌ଗୁଡ଼ିକ ତନ୍ଦୁରି ଓ ଚାଇନିଜ୍‌ ରହିଛି। ତେବେ ଏହା ସହିତ ପଖାଳ ମଧ୍ୟ ଉପଲବ୍ଧ ହେଉଛି। ପଖାଳ ସହ  ଅନ୍ୟାନ୍ୟ ଆଇଟମ୍‌ ମଧ୍ୟ ଘର ଭଳି ପ୍ରସ୍ତୁତ କରାଯିବା ପାଇଁ ଶତ ପ୍ରତିଶତ ଚେଷ୍ଟା କରାଯାଉଛିି ବୋଲି ପରିଚାଳକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର