ଆଇଟିଆଇ ଛାତ୍ରଙ୍କ ରେଳରୋକ

ରେଲେଓ୍ଵ ପରୀକ୍ଷାରେ ଶିକ୍ଷାଗତ ଯୋଗ୍ୟତା ନେଇ ବିବାଦ ତେଜୁଛି

ଭୁବନେଶ୍ୱର: ରେଲ୍‌େଓ୍ଵ ଗ୍ରୁପ-ଡି ପଦବି ପାଇଁ ହେବାକୁ ଥିବା ପରୀକ୍ଷାରେ ଶିକ୍ଷାଗତ ଯୋଗ୍ୟତାକୁ ନେଇ ବିବାଦ ଥମିବାର ନାଁ ଧରୁନି। ଶିକ୍ଷାଗତ ଯୋଗ୍ୟତାକୁ ନେଇ କିଛିଦିନ ତଳେ ଅଣ-ବୈଷୟିକ ଛାତ୍ରମାନେ ପ୍ରତିବାଦ କରିଥିବାବେଳେ ରେଲେଓ୍ଵ ପରୀକ୍ଷାରେ ରହିଥିବା ପଦବିରେ ଆଇଟିଆଇ ଛାତ୍ରଙ୍କ ପାଇଁ ପୂର୍ବ ନିର୍ଧାରିତ ସ୍ଥାନ ବଜାୟ ରଖିବା ଦାବି ନେଇ ଛାତ୍ରମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ରେଲେଓ୍ଵ ପରୀକ୍ଷା ପାଇଁ ଆବେଦନ କରିଥିବା ଆଇଟିଆଇ ଛାତ୍ରମାନେ ଭୁବନେଶ୍ୱର ରେଳଷ୍ଟେସନ୍‌ଠାରେ ରୋଳରୋକ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅଧଘଣ୍ଟା ପାଇଁ ଭୁବନେଶ୍ୱର ଷ୍ଟେସନ୍‌ରେ ରେଳ ଚଳାଚଳ ବ୍ୟାଘାତ ହୋଇଥିଲା। ଆଇଟିଆଇ ଛାତ୍ରମାନଙ୍କ କହିବାନୁଯାୟୀ, ଗତ କିଛିଦିନ ତଳେ ରେଳ ବିଭାଗର ଗ୍ରୁପ୍‌-ଡି ପଦବିରେ ୬୨ହଜାର ପଦବି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେଥିରେ ୫୩ ହଜାର ପଦବି ପାଇଁ ଆଇଟିଆଇ ଛାତ୍ର ଏବଂ ଅବଶିଷ୍ଟ ୯ ହଜାର ପଦବି ପାଇଁ ମାଟ୍ରିକ ପାସ୍‌ ଛାତ୍ରମାନେ ଆବେଦନ କରିବେ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକୁ ନେଇ ଅଣ-ବୈଷୟିକ ଛାତ୍ରମାନେ ପ୍ରତିବାଦ କରିଥିଲେ। ପରେ ସମସ୍ତ ପଦବି ପାଇଁ ଉଭୟ ମାଟ୍ରିକ ଓ ଆଇଟିଆଇ ଛାତ୍ର ଆବେଦନ କରିପାରିବେ ବୋଲି ରେଲେଓ୍ଵ େଓ୍ଵବ ସାଇଟ୍‌ରେ ପ୍ରକାଶ ପାଇଥିଲା। ଏଭଳି ନିଷ୍ପତ୍ତିକୁ ସାରା ଦେଶରେ ଆଇଟିଆଇ ଛାତ୍ରମାନେ ପ୍ରତିବାଦ କରିଛନ୍ତି। ଯଦି ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରାନଯାଏ ତେବ ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନ ସମେତ ସାରା ଦେଶରେ ରୋଳରୋକ ସହ ପ୍ରତିବାଦ କରାଯିବ ବୋଲି ବିକ୍ଷୋଭକାରୀ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର