ଜଗା-ବଳିଆଙ୍କ ଆରୋଗ୍ୟ ପାଇଁ ଦୀପ ଜାଳିଲେ

ଭୁବନେଶ୍ୱର: ଯୋଡ଼ାମୁଣ୍ଡ ଜଗା-ବଳିଆଙ୍କ ସଫଳ ଅସ୍ତ୍ରୋପଚାର ପରେ ଦୁଇ ଭାଇଙ୍କ ଆରୋଗ୍ୟ କାମନା କରି ଆଜି ନୂଆପଲ୍ଲୀ ମହାବୀର ପୂଜା କମିଟି, କସ୍ତୁରୀ ମହିଳା ସଂଗଠନ, ବାଲିତୋଟାସାହି ଓନର୍ସ ଆସୋସିଏସନ୍‌, ନୂଆପଲ୍ଲୀ ମହାବୀର ସୋସିଆଲ ଅର୍ଗାନାଇଜେସନ୍‌ ଓ ଅଲ୍‌ ଓଡ଼ିଶା ଷ୍ଟୁଡେଣ୍ଟସ୍‌ ଆସୋସିଏସନ୍‌ର ମିଳିତ ଅନୁକୂଲ୍ୟରେ ସମୂହ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମାଜସେବୀ ମିଲନ୍‌ ପାଇକ୍‌ରାୟଙ୍କ ନେତୃତ୍ୱରେ ସଦସ୍ୟମାନେ ୟୁନିଟ୍‌-୮ କଲ୍ୟାଣି ମାର୍କେଟ୍‌ରେ ଥିବା ସାଇମନ୍ଦିର, ବାଲିତୋଟା ସାହି ଲକ୍ଷ୍ମୀନାରାୟଣ ମନ୍ଦିର ଓ ସିଆର୍‌ପି ଛକରେ ଥିବା ହନୁମାନ ମନ୍ଦିରରେ ସମୂହ ଦୀପ ପ୍ରଜ୍ଜ୍ୱଳନ କରିଥିଲେ। ସେହିପରି ଅନୁଷ୍ଠାନଗୁଡ଼ିକ ପକ୍ଷରୁ ୫ହଜର ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ରମେଶ ଚନ୍ଦ୍ର ବେହେରା, ଶୈଳେନ୍ଦ୍ର ପ୍ରସାଦ ରାୟ, ମନୋଜ ଜେନା, ପ୍ରତାପ ପ୍ରଧାନ, ସତ୍ୟବାନ ସାହୁ, ରାକେଶ କୁମାର ମହାନ୍ତିଙ୍କ ସମେତ ବହୁ କର୍ମକର୍ତା ଯେଗଦେଇ ଦୁଇ ଭାଇଙ୍କ ଆରୋଗ୍ୟ କାମନା କରିଥିଲେ।

ସମ୍ବନ୍ଧିତ ଖବର