Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in

ବିନ୍ଦୁସାଗରରେ ବିଜେପିର ଜଳ ସତ୍ୟାଗ୍ରହ

0 60

ଭୁବନେଶ୍ୱର : ଏକାମ୍ର କ୍ଷେତ୍ରର ପବିତ୍ର ପୁଷ୍କରିଣୀ ବିନ୍ଦୁସାଗର ଅବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଏହି ସମସ୍ୟାର ସମାଧାନ ଦାବିକରି ବିଜେପି ଲିଙ୍ଗରାଜ ମଣ୍ଡଳ ପକ୍ଷରୁ ଆଜି ବିନ୍ଦୁସାଗରରେ ଜଳ ସତ୍ୟାଗ୍ରହ କରାଯାଇଥିଲା। ଶତାଧିକ ଦଳୀୟ କର୍ମୀ ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ପାଣିରେ ପଶି ବିକ୍ଷୋଭ କରିଥିଲେ। ଲିଙ୍ଗରାଜ ମଣ୍ଡଳର ସଭାପତି ଶେଷ ଶେଖର ଗରାବଡ଼ୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅମିୟ ଦାଶ, ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆ, ଜଗନ୍ନାଥ ପ୍ରଧାନ, ମୁଖ ପାତ୍ର ଦିଲ୍ଲୀପ ମହାନ୍ତି, ସୁନିଲ୍‌ ପଣ୍ଡା, ଶିବପ୍ରସାଦ ବେହେରା, ମଦନ ମୋହନ ପ୍ରଧାନ, କର୍ପୋରେଟର ରଘୁନାଥ ମହାନ୍ତି, ଜ୍ୟୋସ୍ନାମୟି ଜେନା, ବିଷ୍ଣୁ ପ୍ରସାଦ ନନ୍ଦ, ସୁବାସିନୀ ପୃଷ୍ଟି, ତୃପ୍ତିମୟି ମକଦ୍ଦମ, ନଳିନୀ ସମର୍ଥା, ଛବି ସ୍ୱାଇଁ, ଅନିକେତ ବଟୁ, ପ୍ରଫୁଲ୍ଲ ସ୍ୱାଇଁ, ସୁରେନ୍ଦ୍ର ପ୍ରଧାନ, ସୁରେଶ ରାଉତରାୟ ଓ ଏକ ହଜାରରୁ ଉର୍ଦ୍ଧ କର୍ମୀ ବିନ୍ଦୁସାଗର ପାଣିରେ ପଶି ବିକ୍ଷୋଭ କରିଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

four + 2 =