ଶ୍ରୀଲିଙ୍ଗରାଜଙ୍କୁ ୧୦୮ କଳସ ଜଳାଭିଷେକ

ପୁରୁଣା ଭୁବନେଶ୍ୱର : ପୌଷ ପୂର୍ଣ୍ଣିମା ଉପଲକ୍ଷେ ଶ୍ରୀଲିଙ୍ଗରାଜଙ୍କୁ ଆଜି ୧୦୮ ତୀର୍ଥ ଜଳରେ ଅଭିଷେକ କରାଯାଇଥିଲା। ବଡ଼ୁ ସେବାୟତମାନେ ବିନ୍ଦୁସାଗରରୁ ଜଳ ଆଣିବା ପରେ ଏହି ନୀତି ସଂପନ୍ନ ହୋଇଥିଲା। ସକାଳ ଧୂପର ଭୋଗ ମଣ୍ଡପ ପରେ ବଡ଼ୁ ସେବାୟତମାନେ ୧୦୮କଳସରେ ତୀର୍ଥ ଜଳ ଆଣି ରଖିଥିଲେ। ଠାକୁର ପାଣିକୁ ବେହରଣ ମଠରେ ରଖିବା ପରେ ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ମହାସ୍ନାନ, ଅଧିବାସ ପୂଜା କରାଯିବା ପରେ ପୂଜାପଣ୍ଡା ଗୋଟିଏ କଳସ ପାଣି ଲାଗି କରିଥିଲେ। ଏହା ପରେ ଶ୍ରୀଜିଉଙ୍କୁ ବଡ଼ୁ ସେବାୟତମାନେ ୧୦୮କଳସ ତୀର୍ଥ ଜଳ ଲାଗି କରିଥିଲେ। ନୂଆ ବସ୍ତ୍ର ଲାଗି ପରେ ତ୍ରିପଣ୍ଡି ଲାଗି କରାଯାଇଥିଲା। ଏହାପରେ ଯାତ୍ରା ପୂଜା ଓ ବେହରଣ ମଣ୍ଡପରେ ପୂଜାରେ ଆଳତି କରାଯାଇଥିଲା।

ସମ୍ବନ୍ଧିତ ଖବର