ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଜନ୍ମାଷ୍ଟମୀ, ମଧ୍ୟରାତିରେ ହେଲା ନାହି କଟା

ପୁରୁଣା ଭୁବନେଶ୍ୱର: ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି। ଏଥିପାଇଁ ଆଜି ମଧ୍ୟରାତିରେ ମହାପ୍ରଭୁ ଶ୍ରୀକୃଷ୍ଣଙ୍କର ନାହି କଟା ହୋଇଥିଲା। ପରମ୍ପରା ଅନୁଯାୟୀ ଦୁଇଜଣ ସେବାୟତ ଉଗ୍ର‌ସେନ ଓ ବାସୁଦେବ ହୋଇ ଆସଥିଲେ। ଏହି ସମୟରେ ମନ୍ଦିରରେ ସନ୍ଧ୍ୟା ଧୂପ, ନୀତି ପୂଜା ଓ ଆଳତି ହୋଇଥିଲା। ପରେ ଦକ୍ଷିଣୀ ଗୃହରୁ ଶ୍ରୀକୃଷ୍ଣଙ୍କ ପ୍ରତିମା ଅଣାଯାଇ ଜନ୍ମାଷ୍ଟମୀ ନୀତି କରାଯାଇଥିଲା। ଶ୍ରୀକୃଷ୍ଣଙ୍କୁ ପିତ୍ତଳ ପାତ୍ରରେ ଶୁଆଇ ମନ୍ଦିରକୁ ସମ୍ପୂର୍ଣ୍ଣ ଅନ୍ଧାର କରାଯାଇ ପଞ୍ଚ ଉପଚାରରେ ପୂଜା ଓ ଆଳତି କରାଯାଇଥିଲା। ପରେ ଶ୍ରୀକୃଷ୍ଣଙ୍କୁ ମନ୍ଦିର ପରିସରରେ ଥିବା କ୍ଷୁଦ୍ର ଗଙ୍ଗା ଯମୁନା ପୋଖରୀକୁ ପାର କରାଯାଇଥିଲା। ସେଠାରୁ ତାଙ୍କୁ ନାହି କଟା ମଣ୍ଡପକୁ ନିଆଯାଇଥିଲା। ମହାପ୍ରଭୁଙ୍କୁ ଖଟୁଲିରେ ବସାଯାଇ ନାହି କଟାଯିବା ସହ ପାନପତ୍ରରେ ସେକ ଦିଆଯାଇଥିଲା। ପଞ୍ଚାମୃତରେ ପୂଜାପଠା ସ୍ନାନ କରାଯାଇ ନୂତନ ବତ୍ସ ପିନ୍ଧାଯାଇଥିଲା।

ସମ୍ବନ୍ଧିତ ଖବର