ଜାନୁଆରି ୨ରୁ ଫଟୋ ପ୍ରଦର୍ଶନୀ ‘କାଲିବ୍ରେସନ’

ସ୍ଥାନ ପାଇବ ଦେବପ୍ରସାଦଙ୍କ ଶହେ ଫଟୋ

ଚନ୍ଦ୍ରଶେଖରପୁର: ଲସ୍‌ଏଞ୍ଜେଲ୍‌ସ ଆମେରିକାରେ ଅବସ୍ଥାପିତ ଓଡ଼ିଆ ଯନ୍ତ୍ରୀ ତଥା ଜଣାଶୁଣା ଫଟୋଗ୍ରାଫର ଦେବପ୍ରସାଦ ମହାପାତ୍ରଙ୍କ ଶହେଟି ବିଶେଷ ଫଟୋକୁ ନେଇ ଏକ ଫଟୋପ୍ରଦର୍ଶନୀ କାଲିବ୍ରେସନ ଆସନ୍ତା ଜାନୁଆରୀ ୨ରୁ ଆରମ୍ଭ ହେବ। ସ୍ଥାନୀୟ ଲଳିତ କଳା ଏକାଡ଼େମୀରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବେ। ବିଶ୍ୱର ବିଭିନ୍ନ ରାଷ୍ଟ୍ରର ନୃତ୍ୟକଳା, ଫୁଲ, ଚିତ୍ର, ଦୂରଦିଗ୍‌ବଳୟ, ହାଇଫ୍ୟାଶନ ଓ ସ୍ଥାପତ୍ୟ ଭଳି ଛଅଟି ବର୍ଗକୁ ଆଧାର କରି ଏହି ପ୍ରଦର୍ଶନୀ ଆୟୋଜିତ ହେବ। ପେଶାରେ ଜଣେ ଯନ୍ତ୍ରୀ ଥିବା ଦେବପ୍ରସାଦଙ୍କ ନିଶା ହେଉଛି ଫଟୋଗ୍ରାଫି। ଏହା ହେଉଛି ତାଙ୍କର ପ୍ରଥମ ଫଟୋ ପ୍ରଦର୍ଶନୀ। ଏକ ସପ୍ତାହ ବ୍ୟାପି ହେବାକୁ ଥିବା ଏହି ପ୍ରଦର୍ଶନୀ ନିଶ୍ଚିତ ଭାବରେ ଯୁବ ଫଟୋଗ୍ରାଫରଙ୍କୁ ଉତ୍ସାହିତ କରିବ ବୋଲି ଆଶାପ୍ରକଟ କରିଛନ୍ତି ଦେବପ୍ରସାଦ। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପତ୍ନୀ କସ୍ତୁରୀ ମହାପାତ୍ର ଓ ଧନଦାକାନ୍ତ ମିଶ୍ରଙ୍କ ସହିତ ଶ୍ରୀ ମହାପାତ୍ର ଏହି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର