ଜଟଣୀ: ବହୁଚର୍ଚ୍ଚିତ ଜଟଣୀ ଫ୍ଲାଏଓଭର୍ ବ୍ରିଜ୍ ନିର୍ମାଣରେ ଦୁର୍ନୀତି ଓ ଅନିମିୟତାର ତଦନ୍ତ ପ୍ରକ୍ରିୟା ଶେଷ ପଯ୍ୟର୍ାୟରେ ପହଞ୍ଚିଛ। ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ରାଜ୍ୟ ଦର୍ନୀତି ନିବାରଣ ବିଭାଗ ଅନୁମୋଦନ କ୍ରମେ ଆଜି ରାଉରକେଲା ଏନ୍ଆଇଟିର ଏକ ଦଳ ବ୍ରିଜ୍ର ଲାଟେରାଲ୍ ଟେଷ୍ଟ୍ ଆରମ୍ଭ କରିଛନ୍ତି। ପୂର୍ବରୁ ଏହି ଦଳ ପାଇଲିଂ ଇଣ୍ଟିଗ୍ରିଟି ଟେଷ୍ଟ ଓ ଭର୍ଟିକାଲ୍ ଲୋଡ୍ ଟେଷ୍ଟ୍ କରିସାରିଛନ୍ତି। ଏହି ଲାଟେରାଲ୍ ଟେଷ୍ଟ୍ ଦୁଇଦିନ ଭିତରେ ସାରିବେ ବୋଲି ଏନ୍ଆଇଟି ବିଶେଷଜ୍ଞ ପ୍ରଦୀପ ସରକାର ଏବଂ ରବିନ୍ ଡେଭିଡ୍ ସୂଚନା ଦେଇଛନ୍ତି। ଆଜିର ତଦନ୍ତ ବେଳେ ଖୋର୍ଧା ପୂର୍ତ୍ତ ବିଭାଗ ଉପଖଣ୍ଡ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଏବଂ କନିଷ୍ଠ ଯନ୍ତ୍ରୀ ଅଶୋକ ପଣ୍ଡା ମଧ୍ୟ ଉପସ୍ଥିତ ରହିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ପଣ୍ଡା ଇନ୍ଫ୍ରା ସଂସ୍ଥା ଦ୍ୱାରା ନିର୍ମାଣ କରାଯାଉଥିବା ଏହି ବ୍ରିଜ୍ରେ ଅନିୟମିତତା ହୋଇଥିବା ନେଇ ସ୍ଥାନୀୟ ବ୍ୟବସାୟୀ ସଂଘ ପକ୍ଷରୁ ଅଭିଯୋଗ ହୋଇଥିଲା। ତାହାକୁ ଭିତ୍ତି କରି ଆବଶ୍ୟକ ବୈଷୟିକ ଆବଶକ ଦିଗକୁ ନେଇ ଏନ୍ଆଇଟିକୁ ତଦନ୍ତ ଭାର ମିଳିଥିଲା। ଏହି ତଦନ୍ତ ପ୍ରକ୍ରିୟା ୬ମାସ ତଳୁ ମହାବୀର ପଣ୍ଡା ବୈଷୟିକ ବିଶେଷଜ୍ଞଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା। ଏବେ ଏହା ଶେଷ ହେବ ଏବଂ ଖୁବ୍ ଶୀଘ୍ର ପୂର୍ତ୍ତବିଭାଗ ଓ ଦୁର୍ନୀତି ନିବାରଣ ବିଭାଗକୁ ବିବରଣୀ ପ୍ରଦାନ କରାଯିବ ବୋଲି ଏନ୍ଆଇଟି ଦଳ ପକ୍ଷରୁ କୁହାଯାଇଛି। ତାହା ପରେ ନିର୍ମାଣର ସ୍ଥାୟିତ୍ୱ ଏବଂ ଅନିୟମିତତା ସଂକ୍ରାନ୍ତ ଅନ୍ୟାନ୍ୟ ସନ୍ଦେହ ଉପରୁ ପରଦା ହଟିବ ବୋଲି ଜଟଣୀବାସୀ ଆଶା ରଖିଛନ୍ତି। ଅନ୍ୟପକ୍ଷରେ, ଜଟଣୀର ଦୁଃଖ କୁହାଯାଉଥିବା ରେଳପଥ ଅଣ୍ଡର୍ବ୍ରିଜ୍ ଭୂତଳରାସ୍ତା ବଦଳରେ ଏହି ଫ୍ଲାଏ ଓଭର୍ ବ୍ରିଜ୍ ନିର୍ମାଣରେ ଅନିଶ୍ଚିତତା ଦେଖାଯାଇଛି। ପଣ୍ଡା ଇନ୍ଫ୍ରା ସଂସ୍ଥା ନିର୍ମାଣ କାଯ୍ୟର୍ରୁ ଅବ୍ୟାହତି ନେବା କଥା ଆଲୋଚନା ହେଉଥିବା ବେଳେ ବ୍ରିଜଟି କେବେ ଲୋକଙ୍କ ବ୍ୟବହଗାରରେ ଆସିବ ତାହା ସମୟ ହିଁ କହିବ।