ଜୟଦେବ ଉଚ୍ଚ ବିଦ୍ୟାଳୟରେ ପୁରସ୍କାର ବିତରଣ ଉତ୍ସବ

ଭୁବନେଶ୍ବର: ବାଲିଅନ୍ତା ବ୍ଲକ୍‌ର ପ୍ରତାପରୁଦ୍ରପୁରସ୍ଥିତ ଜୟଦେବ ଉଚ୍ଚ ବିଦ୍ୟାଳୟରେ ପ୍ରାଣକୃଷ୍ଣ ପଣ୍ଡା ସ୍ମୃତି ସଂସଦ ପକ୍ଷରୁ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ପ୍ରଧାନ ଶିକ୍ଷକ ବଂଶୀଧର ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାକୁ ସାବିତ୍ରୀ ପରିଡ଼ା ସଂଯୋଜନା କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ସରୋଜକାନ୍ତ ଚୌଧୁରୀ ଓ ସମ୍ମାନିତ ଅତିଥି ଭାବେ ରବି ନାରାୟଣ ସାହୁ ଯୋଗ ଦେଇଥିଲେ। ବିଦ୍ୟାଳୟର ପୁରାତନ ସମ୍ପାଦକ ଭଗବାନ ପଣ୍ଡାଙ୍କ ସମେତ ପୂର୍ବତନ ଶିକ୍ଷକ, ପୂର୍ବତନ ଛାତ୍ର, ସମାଜସେବୀମାନଙ୍କୁ ସମ୍ମାନିତ କରାଯାଇଥିଲା। ବିଭିନ୍ନ ବିଷୟରେ ଭଲ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ପୁରାତନ ଛାତ୍ରସଂଘର ସଦସ୍ୟ ଧୀରେନ୍ଦ୍ର ଦାଶ, ଗୋବିନ୍ଦ ଦାଶ, ଦର୍ପହାରୀ ପଣ୍ଡା, ରମେଶ ନନ୍ଦ, କୃଷ୍ଣଚନ୍ଦ୍ର ନନ୍ଦ, ବିଷ୍ଣୁଚନ୍ଦ୍ର ପଣ୍ଡା ଓ ଶିକ୍ଷକ ନାରାୟଣ ବେହେରା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ସ୍ମୃତି ସଂସଦର ସମ୍ପାଦକ ଅଭିମନ୍ୟୁ ପଣ୍ଡାଙ୍କ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଲକ୍ଷ୍ମଣ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଅତିଥିମାନେ ସ୍ବର୍ଗତ ପ୍ରାଣକୃଷ୍ଣ ପଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

ସମ୍ବନ୍ଧିତ ଖବର