ଶ୍ରୀଜୟଦେବ ରାଷ୍ଟ୍ରୀୟ ସମାରୋହ ଉଦ୍‌ଯାପିତ

ଭୁବନେଶ୍ୱର: ‘ନ୍ୟାସ୍‌ନାଲ୍‌ କଲ୍‌ଚର ମିସନ୍‌’ ପକ୍ଷରୁ ‘ରାଜ୍ୟ ସଂସ୍କୃତି ବିଭାଗ’ ସହଯୋଗରେ ସ୍ଥାନୀୟ ଭଞ୍ଜକଳା ମଣ୍ଡପଠାରେ ଚାଲୁଥିବା ଶ୍ରୀଜୟଦେବ ରାଷ୍ଟ୍ରୀୟ ସମାରୋହ’ ଉଦ୍‌ଯାପିତ ହୋଇଯାଇଛି। ଆଜିର ସନ୍ଧ୍ୟାରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ ଆୟକର କମିସନର୍‌ ଶରତ ଦାସ ଅତିଥି ଭାବେ ଯୋଗ ଦେଇଥିଲେ। ଆଜି ୫୦ରୁ ଅଧିକ ନୃତ୍ୟଶିଳ୍ପୀ ଓଡ଼ିଶୀ, କଥକ, କୁଚିପୁଡ଼ି ଓ ମୋହିନୀ ଆଟମ ଆଦି ନୃତ୍ୟରେ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିଥିଲେ। ଏହି ଅବସରରେ ରଶ୍ମି ମେନନ୍‌ ଓ ପଦ୍ମିନୀ କ୍ରିଷ୍ଣଙ୍କୁ ଶ୍ରୀଜୟଦେବ ରାଷ୍ଟ୍ରୀୟ ପୁରସ୍କାରରେ ପୁରସ୍କୃତ କରାଯାଇଥିଲା। ୟୁକେଇ ସମ୍ପତ୍ତିଙ୍କୁ ପଦ୍ମାବତୀ ରାଷ୍ଟ୍ରୀୟ ପୁରସ୍କାର, ସମ୍ରାଟ ଚୌଧୁରୀଙ୍କୁ ପଦ୍ମାବତୀ ରାଷ୍ଟ୍ରୀୟ ପ୍ରତିଭା ପୁରସ୍କାର, ସୃତି ସ୍ୱୟଂସିଦ୍ଧ ଓ ଚିରଶ୍ରୋତା ଖୁଣ୍ଟିଆଙ୍କୁ ନୃତ୍ୟ ଚାରୁଶିଳା ରାଷ୍ଟ୍ରୀୟ ପୁରସ୍କାରରେ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଅନୁଷ୍ଠାନର ନିର୍ଦ୍ଦେଶକ ଜଗବନ୍ଧୁ ଜେନା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର