ଝାରପଡ଼ା ଦୁର୍ଗାପୂଜା ସମିତିର ମାଟି ଅନୁକୂଳ

ଭୁବନେଶ୍ୱର: ପ୍ରତି ବର୍ଷ ଭଳି ଆଜି ଝାରପଡ଼ା ଦୁର୍ଗାପୁଜା ସମିତି ପକ୍ଷରୁ  ମା’ ଦୁର୍ଗାଙ୍କମୂର୍ତ୍ତି ନିର୍ମାଣ ପାଇଁ ମାଟି ଅନୁକୂଳ କାର୍ଯ୍ୟକ୍ରମ ଧୁମ୍‌ଧାମ୍‌ରେ ଅନୁଷ୍ଠିତ ହୋଇଯାଇଛି। ସମିତିର କର୍ମକର୍ତ୍ତାମାନେ ତିଥି ଓ ସମୟ ଅନୁଯାୟୀ ଠିକ୍‌ ୧୧.୫୫ ସମୟରେ ଝାରପଡ଼ା ଦୁର୍ଗା ମଣ୍ଡପରୁ ଏକ ଶୋଭାଯାତ୍ରାରେ ବାହାରି କୁଆଖାଇ ନଦୀ କୂଳକୁ ଯାଇଥିଲେ। ସେଠାର ବିଧି ମୁତାବକ ପୂଜାର୍ଚ୍ଚନା ପରେ ମାଟି ଅନୁକୂଳ କରାଯାଇଥିଲା। ଏହାପରେ ମାଟିକୁ ଦୁର୍ଗା ମଣ୍ଡପଙ୍କୁ ଅଣାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଝାରପଡ଼ା ଅଞ୍ଚଳବାସୀଙ୍କ ସମେତ  ସମିତି ସଭାପତି ଶିଖର ଜେନା, ସମ୍ପାଦକ ଧରଣୀଧର ଜେନା, ଆବାହକ ଶ୍ରୀଧର ଜେନା, ଉଗ୍ରସେନ ମଙ୍ଗରାଜ,ରଂଜିତ୍‌ ରାୟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର