ଦୁର୍ଘଟଣାରୁ ବର୍ତିଲେ ଅଭିନେତ୍ରୀ ଝିଲିକ୍‌

ଚନ୍ଦ୍ରଶେଖରପୁର: ଶୁକ୍ରବାର ବିଳମ୍ବିତ ରାତିରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରୁ ଫେରୁଥିବା ବେଳେ ଦୁର୍ଘଟଣାରୁ ଅଳ୍ପକେ ବର୍ତି ଯାଇଛନ୍ତି ଓଲିଉଡ୍‌ ଅଭିନେତ୍ରୀ ଝିଲିକ୍। ରାତି ପ୍ରାୟ ‌ଗୋଟାଏ ବେଳେ ଝିଲିକ୍‌ଙ୍କ କାର୍ ମୁନିଗଡ଼ା ନିକଟ ଘାଟିରାସ୍ତା ଦେଇ ଆସୁଥିବା ବେଳେ ନିୟନ୍ତ୍ରଣ ହରାଇ ରାସ୍ତା କଡ଼ର ଏକ ଗାତ ଭିତରେ ପଶିଯାଇଥିଲା। ଫଳରେ କାର୍ ଭିତରେ ସେ ପିଟି ହୋଇଯାଇଥିଲେ। ତାଙ୍କ ଗୋଡ଼ରେ ଆଘାତ ଲାଗିଛି। ଚିକିତ୍ସା ପରେ ସେ ସୁସ୍ଥ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର