ଜିତେନ୍ଦ୍ର ମିଶ୍ରଙ୍କ ନିର୍ମିତ ଚଳଚ୍ଚିତ୍ର ‘ଦି ଲାଷ୍ଟ୍‌ କଲର୍‌’କୁ ଆଉ ୨ ଅନ୍ତର୍ଜାତୀୟ ପୁରସ୍କାର

ଭୁବନେଶ୍ବର: ଅନ୍ତର୍ଜାତୀୟ ସ୍ତରରେ ଲୋକପ୍ରିୟତା ଅର୍ଜନ କରିଥିବା ଚଳଚ୍ଚିତ୍ର ନିର୍ମାତା ଓଡ଼ିଆ ପୁଅ ଟିଟଲାଗଡ଼ ଜନ୍ମିତ ଜିତେନ୍ଦ୍ର ମିଶ୍ରଙ୍କ ନିର୍ମିତ ଚଳଚ୍ଚିତ୍ର ‘ଦି ଲାଷ୍ଟ୍‌ କଲର’ ଆମେରିକାରେ ଆଉ ୨ଟି ଅନ୍ତର୍ଜାତୀୟ ପୁରସ୍କାର ଲାଭ କରିଛି। ସେଲେବ୍ରିଟି ସେଫ୍‌ ବିକାଶ ଖାନ୍ନାଙ୍କ ନିର୍ଦେଶିତ ଓ ବରିଷ୍ଠ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଟି ଜନ୍‌ ଏଫ୍‌ କେନେଡି ପ୍ରେସିଡେନ୍ସିଆଲ୍‌ ଲାଇବ୍ରେରି ଆଣ୍ଡ୍‌ ମ୍ୟୁଜିୟମରେ ଅନୁଷ୍ଠିତ ହୋଇଥିବା ଇଣ୍ଡିଆ ଇଣ୍ଟରନାସ୍‌ନାଲ୍‌ ଫିଲ୍ମ ଫେଷ୍ଟିଭାଲ୍‌ ଅଫ୍‌ ବୋଷ୍ଟନ୍‌ରେ ପ୍ରଦର୍ଶିତ ହୋଇଯାଇଛି।

ଏଥିସହ ଏହି ଉତ୍ସବରେ ‘ଦି ଲାଷ୍ଟ୍‌ କଲର୍‌’ ଶ୍ରେଷ୍ଠ ଫିଚର ଫିଲ୍ମ ଓ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଜିତିଛି। ପୂର୍ବରୁ ଚଳଚ୍ଚିତ୍ରଟି ଜାତିସଂଘର ହେଡ୍‌କ୍ବାର୍ଟର ଓ କେନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ମଧ୍ୟ ପ୍ରଦର୍ଶିତ ହୋଇସାରିଛି। ଏଥିସହ ୩୦ଟି ସ୍ଥାନରେ ଚଳଚ୍ଚିତ୍ରଟି ପ୍ରଦର୍ଶିତ ହୋଇଥିବା ବେଳେ ୧୦ଟି ପୁରସ୍କାର ଲାଭ କରିଛି। ଜିତେନ୍ଦ୍ର, ବିନ୍ଦୁ ଖାନ୍ନା, ପୁନମ କୌଲ୍‌ଙ୍କ ସହ ମିଳିତ ଭାବେ ଚଳଚ୍ଚିତ୍ରର ପ୍ରଯୋଜନା କରିଥିଲେ। ଜିତେନ୍ଦ୍ର ଏପର୍ଯ୍ୟନ୍ତ ୧୧୦ଟି ଚଳଚ୍ଚିତ୍ର ସହ ନିଜର ସମ୍ପୃକ୍ତ ରଖି ସାରିଛନ୍ତି।

ସମ୍ବନ୍ଧିତ ଖବର