ଭୁବନେଶ୍ୱର: ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ବାଲିପଡ଼ିଆ ଗ୍ରାମର ବିଶିଷ୍ଟ ସମାଜସେବୀ ତଥା ଧର୍ମପରାୟଣା ମହିଳା ମନ୍ଦାକିନୀ ତ୍ରିପାଠୀଙ୍କ ୫୮ବର୍ଷ ବୟସରେ ମଙ୍ଗଳବାର ହୃହ୍ଘାତରେ ଏଠାରେ ପରଲୋକ ଘଟିଛି। ସେ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କ ଗୋଡ଼ରେ ଅସ୍ତ୍ରୋପଚାର କରାଯାଇଥିଲା। ଶ୍ରୀମତୀ ତ୍ରିପାଠୀ ବାଲିପଡ଼ିଆ ବାଳିକା ଉଚ୍ଚବିଦ୍ୟାଳୟର ପରିଚାଳନା କମିଟିର ସମ୍ପାଦିକା ଓ ସତ୍ୟସାଇ ବାଲ୍ ବିକାଶର ଗୁରୁ ମା’ ରହିଥିଲେ। ସେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୈଦ୍ୟନାଥ ଦାଶଙ୍କ ଝିଅ ଓ ବଡ଼ଚଣା ଗାନ୍ଧୀ ବୃନ୍ଦାବନ ତ୍ରିପାଠୀଙ୍କ ବୋହୂ ଅଟନ୍ତି। ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ସ୍ୱାମୀ ବିଜୟ କୁମାର ତ୍ରିପାଠୀ, ଦୁଇପୁଅ ବରିଷ୍ଠ ସାମ୍ବାଦିକ ବିରୁପାକ୍ଷ ତ୍ରିପାଠୀ ଓ ଇଂ ବିଭୁଦତ୍ତ ତ୍ରିପାଠୀ, ଝିଅ, ଜ୍ୱାଇଁ, ବୋହୂ ଓ ନାତିନାତୁଣୀ ପ୍ରମୁଖ ଉପସ୍ଥିତ ଥିଲେ। ବିଜେବି ନଗରସ୍ଥିତ ସରକାରୀ ବାସଭବନରେ ବିଧାୟକ ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର, ବିବେକାନନ୍ଦ ପାଣିଗ୍ରାହୀ, ଦୈନିକ ସମ୍ବାଦପତ୍ର ‘ପ୍ରଗତିବାଦୀ’ର କାର୍ଯ୍ୟନିର୍ବାହୀ ସମ୍ପାଦକ ସମାହିତ ବଳ, ବରିଷ୍ଠ ସୂଚନା ଅଧିକାରୀ ପ୍ରଭାକର ସାହୁ, ଶୁଭେନ୍ଦୁ ଭୂୟାଁ, ବରିଷ୍ଠ ସାମ୍ବାଦିକ ଶାରଦା ଦେବତା, ଅଜିତ କୁମାର ଦାଶ, ପ୍ରଦ୍ୟୁମ୍ନ କୁମାର ମହାନ୍ତି, ବିବେକାନନ୍ଦ ଜେନା, ବୈଷ୍ଣବ ଚରଣ ଜେନା, ବିଜୟ କୁମାର ପଣ୍ଡା, ଅରବିନ୍ଦ ମିଶ୍ର, ଗୁରୁକଲ୍ୟାଣ ମହାପାତ୍ର, ପର୍ଶୁରାମ ଦାସ, ଶୁଭାଶିଷ ମହାନ୍ତିି, ଭବାନୀ ଶଙ୍କର ତ୍ରିପାଠୀ, ପ୍ରତାପ ସାମଲ, ହିମାଂଶୁ ସିଂ, ହର ଦାସ ଓ ଅଶୋକ ପଣ୍ଡାଙ୍କ ସମେତ ବହୁ ସାମ୍ବାଦିକ, ସାହିତ୍ୟିକ ଓ ବରିଷ୍ଠ ନାଗରିକ ପ୍ରମୁଖ ଆସି ଶେଷ ଦର୍ଶନ କରିଥିଲେ। ତାଙ୍କ ଗାଁ ବାଲିପଡ଼ିଆରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। କନିଷ୍ଠ ପୁତ୍ର ବିଭୁଦତ୍ତ ତ୍ରିପାଠୀ ମୁଖାଗ୍ନି ଦେଇଥିଲେ।
ସାମ୍ବାଦିକ ବିରୁପାକ୍ଷ ତ୍ରିପାଠୀଙ୍କ ମାତୃବିୟୋଗ
/sambad/media/post_attachments/wp-content/uploads/2018/05/birupakhya.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)