ଖୋର୍ଦ୍ଧା: ସ୍ଥାନୀୟ ସଂସ୍କୃତି ଭବନ ପରିସରରେ କର୍ମଜୀବୀ ସାମ୍ବାଦିକ ସଂଘ, ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ‘ସାମ୍ବାଦିକଙ୍କ ଦାୟିତ୍ବ, କର୍ତବ୍ୟ ଓ କର୍ତବ୍ୟରତ ସାମ୍ବାଦିକଙ୍କ ସୁରକ୍ଷା’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ‘ସମ୍ବାଦ’ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ଯୋଗଦେଇ କହିଲେ ଯେ ଜଣେ ସାମ୍ବାଦିକ ଭାବେ ସେ ସାମ୍ବାଦିକମାନଙ୍କ ସମସ୍ୟା ପ୍ରତି ସହାନୁଭୂତିଶୀଳ। ବର୍ତମାନ ସାମ୍ବାଦିକଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଉଛି। ଓକିଲଙ୍କ ଉପରେ ଆକ୍ରମଣ ହେଲେ ସମଗ୍ର ଓଡ଼ିଶା ବନ୍ଦ ହୋଇଯାଉଛି, କିନ୍ତୁ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହେଲେ ଖୋଦ୍ ସାମ୍ବାଦିକ ସଂଗଠନ ମଧ୍ୟରେ ଅନେକ ମୁହଁ ଖୋଲୁନାହାନ୍ତି। ଏଣୁ ବହୁ ସଂଗଠନରେ ବିଭକ୍ତ ନ ହୋଇ ଗୋଟିଏ ସଂଗଠନରେ ସାମ୍ବାଦିକମାନେ ଅଧିକାର ସାବ୍ୟସ୍ତ କରନ୍ତୁ। ଏହି ଅବସରରେ ସାମ୍ବାଦିକଙ୍କ ସମସ୍ୟା ସମ୍ପର୍କରେ ସେ ବିଧାନସଭାରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଶ୍ରୀ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ର କହିଲେ, ସମ୍ବାଦିକମାନେ ହେଉଛନ୍ତି ସମାଜର ଆଖି, କାନ। ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ କହିଲେ ଯେ ଆଜିକାଲି ସାମ୍ବାଦିକମାନେ ରାଜନେତାଙ୍କ ପଛରେ ଗୋଡ଼ାଇଛନ୍ତି। ଏହା ଦ୍ବାରା ମୂଲ୍ୟବୋଧ ହଜିଯାଉଛି। ମଞ୍ଚରେ ଅନ୍ୟମାନଙ୍କ ମଧ୍ୟରେ ସଂଘର ଖୋର୍ଦ୍ଧା ଜିଲ୍ଲା ସଭାପତି ପ୍ରକାଶ ହାତୀ ଉପସ୍ଥିତ ଥିଲେ। ମହମ୍ମଦ ମୋତାହର ୟୁସୁଫ୍, ଦିଲ୍ଲୀପ କୁମାର ପଟ୍ଟନାୟକ, ପି. ତ୍ରିପତି ବାଲାଜୀ ପାତ୍ର, ରଂଜିତ କୁମାର ପାଟ୍ଟଶାଣୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
‘ସାମ୍ବାଦିକମାନେ ନିଜ ଅଧିକାର ସାବ୍ୟସ୍ତ କରନ୍ତୁ’
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)