ଯୁଗଧ୍ୱନି ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ

ଭୁବନେଶ୍ୱର: ଯୁଗଧ୍ୱନି ସାହିତ୍ୟ ସଂସଦର ୨୬ତମ ବାର୍ଷିକ ଉତ୍ସବ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ‘ଆମ ଓଡ଼ିଶା’ ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହାକୁ କବି ଶଙ୍କର୍ଷଣ ପରିଡ଼ା ଉଦ୍‌ଘାଟନ କରିଥିବା ବେଳେ ସଂସଦର ପ୍ରତିଷ୍ଠାତା ସୁବାସ ସ୍ୱାଇଁ, ରଶ୍ମିରଞ୍ଜନ ବେହେରା ଓ ତପନ ପ୍ରଧାନ ଶିବିର ପରିଚାଳନା କରିଥିଲେ। ଶିବିରରୁ ମୋଟ୍‌ ୩୦ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଥିଲା। ପରେ ଯୁଗଧ୍ୱନି ସାହିତ୍ୟ ସଂସଦର ପ୍ରଥମ ଅଧିବେଶନ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା ଏଥିରେ ମୁଖ୍ୟ ଅତିଥି ଭାବେ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ସାହିତ୍ୟିକ ବିଭୂତି ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ସାହିତ୍ୟିକ ଶଙ୍କରର୍ଷଣ ପରିଡ଼ା, କବି ଅଜୟ ସ୍ୱାଇଁ ଓ ରଜନୀର ରଂଜନ ଦାଶ ଯୋଗ ଦେଇଥିଲେ। ଏହି ସଭାରେ ଯୁଗଧ୍ୱନି ସାହିତ୍ୟ ସଂସଦର ସଭାପତି କାଳନ୍ଦୀ ଚରଣ ସାହୁ ସ୍ୱାଗତ ଭାଷଣ ଓ କବି ଶ୍ରୀଧର ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ। ଏହାପରେ ଏକ ଗଳ୍ପ ଆସରକୁ ଶ୍ରୀ ସ୍ୱାଇଁ, ଗାଳ୍ପିକ ଶକ୍ତି ମହାନ୍ତି, ହିରଣ୍ମୟୀ ମିଶ୍ର, ପବିତ୍ର ମୋହନ କର ପରିଚାଳନା କରିଥିଲେ। ଏଥିରେ ଅନୁଷ୍ଠାନର ସଂପାଦକ ରମାନାଥ ସ୍ୱାଗତ ଭାଷଣ ଦେଇଥିଲେ।

ଏହାର ଆଉ ଏକ କାର୍ଯ୍ୟକ୍ରମ କବିତା ଆସରକୁ ରଜନୀ ରଂଜନ ଦାଶ, କବି ରଶ୍ମି ରଞ୍ଜନ ମହାନ୍ତି, ସ୍ନେହଲତା ପୃଷ୍ଟି ଓ ଦେବାଶିଷ ମହାପାତ୍ର ପରିଚାଳନା କରିଥିଲେ। ତୃତୀୟ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଓ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ ରଥ ଯୋଗଦେଇଥିଲେ। ଏହା ସହିତ ଯୁଗଧ୍ୱନି-ସମୟର ଆହ୍ଵାନ ବିଷୁବ ସଂଖ୍ୟା ପୁସ୍ତକ ଉନ୍ମୋଚିତ ହେଲା। ଏହି ଅବସରରେ ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତାଙ୍କୁ ‘ଯୁଗଧ୍ୱନି ସାହିତ୍ୟ ସମ୍ମାନ-୨୦୧୮’ ପ୍ରଦାନ କରାଯାଇଥିଲା। ଶେଷରେ ଅନୁଷ୍ଠାନର ଉପସଭାପତି ତପନ କିଶୋର ପ୍ରଧାନ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର